ପ୍ରେମାନନ୍ଦ ମହାରାଜଙ୍କୁ ଦର୍ଶନ କରାଇବା କଥାଦେଇ ବୃନ୍ଦାବନ ଡାକି ଯୁବତୀଙ୍କୁ ଦୁଷ୍କର୍ମ ; ଅଭିଯୁକ୍ତ ଗିରଫ

ପ୍ରେମାନନ୍ଦ ଜୀ ମହାରାଜଙ୍କ ଦର୍ଶନର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବୃନ୍ଦାବନରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସଂପୃକ୍ତ ଯୁବତୀ ଜଣକ କୋତୱାଲି ଥାନାରେ ଅଭିଯୋଗ କରିଛନ୍ତି ।

brundaban

କନକ ବ୍ୟୁରୋ : ମଥୁରାର ବୃନ୍ଦାବନ କୋତୱାଲି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ । ପ୍ରେମାନନ୍ଦ ଜୀ ମହାରାଜଙ୍କ ଦର୍ଶନର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବୃନ୍ଦାବନରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସଂପୃକ୍ତ ଯୁବତୀ ଜଣକ କୋତୱାଲି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ତଦନ୍ତ ଆରମ୍ଭ କରିଛି ।

ପୀଡିତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଯୁବକ ଇନଷ୍ଟାଗ୍ରାମ ମେସେଜ ମାଧ୍ୟମରେ ତାଙ୍କୁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଏକାନ୍ତ ଦର୍ଶନ ଦେବା ବାହାନାରେ ଆଗ୍ରାରୁ ବୃନ୍ଦାବନକୁ ଡକାଇଥିଲେ । ତା’ପରେ ସେ ତାଙ୍କୁ ନେଇ ଗୋଟିଏ ଗେଷ୍ଟହାଉସ୍‌ରେ ରଖିଲେ । ଯେଉଁଠାରେ ସେ ତାଙ୍କ ଚା’ରେ ଏକ ନିଶାଦ୍ରବ୍ୟ ମିଶାଇ ଦେଇଥିଲେ, ଯାହା ଫଳରେ ସେ ବେହୋସ ହୋଇଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ, ପୁଲିସ ଅଭିଯୁକ୍ତ ବୃନ୍ଦାବନ ନିବାସୀ ସୁନ୍ଦରମ୍ ରାଜପୁତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । ଏହି ସମ୍ପର୍କରେ ବୃନ୍ଦାବନର ଏସପି ସିଟି ରାଜୀବ କୁମାର ସିଂହ କହିଛନ୍ତି ଯେ ଏହି ମାମଲାକୁ ଗମ୍ଭୀରତାକୁ ବିଚାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe