ପତ୍ନୀ ଏବଂ ପତ୍ନୀଙ୍କ ସଂପର୍କୀୟଙ୍କ ବ୍ୟବହାରରେ ଚାପର ବଶବର୍ତ୍ତୀ ହୋଇ ଯୁବକ ଆତ୍ମହତ୍ୟା କରିବା ଘଟଣା ଏବେ ଯେମିତି ସାଧାରଣ ହୋଇଗଲାଣି । ପରିବାରରେ ମନାନ୍ତର , ମତାନ୍ତର ହେଲା ମାତ୍ରେ ଛାଡ଼ପତ୍ର କିମ୍ବା ଆତ୍ମହତ୍ୟାକୁ ଶ୍ରେୟସ୍କର ଭାବୁଛନ୍ତି ଦମ୍ପତି । ଏମିତି ଅନେକ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ ସାଥୀଙ୍କ ବ୍ୟବହାରକୁ ସହଜରେ ଗ୍ରହଣ ନ କରିପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି ଦମ୍ପତି । ଯାହାକୁ ସାତଜନ୍ମର ସାଥୀ କରିବେ ଭାବି ହାତ ଧରିଥିଲେ ଆଜି ସେ ହିଁ ମୃତ୍ୟୁ ଆଡ଼କୁ ଯିବାକୁ ବାଟ କଢାଇନେଉଛି ଭାବୁଛନ୍ତି ଦମ୍ପତି ।
/kanak/media/media_files/2025/02/04/wuZp6gicsmjm508lwppe.png)
ଏଭଳି ହିଁ କିଛି ଖବର ଉତ୍ତରପ୍ରଦେଶର ବିଜନୋରରୁ ମଧ୍ୟ ସାମ୍ନାକୁ ଆସିଛି । ରୋହିତ୍ ସେନୀ ନାମକ ଜଣେ ଯୁବକ ନିଜ ପତ୍ନୀ ଏବଂ ପତ୍ନୀ ପରିଜନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ପୁଲିସ୍ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ମୃତକଙ୍କ ପାଖରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ପୁଲିସ୍ । ଯେଉଁଥିରେ ଲେଖାହୋଇଛି ,‘ମା ମତେ କ୍ଷମା କରିଦେବୁ , ମୁଁ ମଲା ପରେ ମୋ ମୁହଁ ସ୍ତ୍ରୀକୁ ଦେଖାଇବାକୁ ଦେବୁନାହିଁ । ମୋ ମୃତ୍ୟୁ ପଛରେ ମୋ ସ୍ତ୍ରୀ ଏବଂ ତା’ ପୁରା ପରିବାର ଦାୟୀ ।’
/kanak/media/media_files/2025/02/04/j7ERB41067hPzURelC5e.png)
ସୂଚନା ଅନୁସାରେ , ୧୩ ମାସ ତଳେ ରୋହିତ୍ ସେନୀଙ୍କ ବିବାହ ପ୍ରୀତି ନାମକ ଜଣେ ଯୁବତୀଙ୍କ ସହ ହୋଇଥିଲା । କିନ୍ତୁ ବିବାହର କିଛି ମାସ ପରେ ହିଁ ଆରମ୍ଭ ହୋଇଥିଲା ବିବାଦ । ଦାମ୍ପତ୍ୟରେ ଝଗଡ଼ା କରି ପ୍ରୀତି ବିଷ ପିଇବାକୁ ମଧ୍ୟ ପଛାଇନଥିଲେ । କିନ୍ତୁ ରୋହିତ୍ ପ୍ରୀତିଙ୍କୁ ଭଲ କରିବା ପାଇଁ ଦିନରାତି ଏକ୍ କରିଥିଲେ । ସୁସ୍ଥ ହେବା ପରେ ମଧ୍ୟ ପ୍ରୀତିଙ୍କ ଝଗଡ଼ା କରିବା ଗୁଣ ଛାଡ଼ିନଥିଲା । ସେ ଛାଡ଼ପତ୍ର ପାଇଁ ଜିଦ୍ ଧରି ବାପଘରକୁ ଚାଲିଆସିଲେ । ପ୍ରୀତିଙ୍କ ବାପଘର ଝିଅର ଭରଣପୋଷଣ ପାଇଁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କଲେ । ମଧ୍ୟବିତ୍ତ ପରିବାରର ପୁଅ ରୋହିତ୍ ଏତେ ଟଙ୍କା କେଉଁଠୁ ଆଣିବେ ଭାବି ଭାବି ଶେଷରେ ଜୀବନ ହାରିଲେ । ଫାଶି ଲଗାଇବା ପୂର୍ବରୁ ସେ ନିଜ ମା’ଙ୍କୁ କ୍ଷମା ମାଗିବା ସହ ପତ୍ନୀଙ୍କୁ ମୁହଁ ନ ଦେଖାଇବା ପାଇଁ ସୁଇସାଇଡ୍ ନୋଟ୍ ରେ ଲେଖିଯାଇଥିଲେ ।
/kanak/media/media_files/2025/02/04/vMndZWMCrAvdbtraVC0J.png)
ମୃତ ରୋହିତ୍ ଙ୍କ ଏହି ସୁଇସାଇଡ୍ ନୋଟ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଘରର ଏକମାତ୍ର ଭେଣ୍ଡିଆ ପୁଅକୁ ହରାଇ ମା’ ପାଗେଳୀ ଭଳି ବାହୁନି ବାହୁନି କାନ୍ଦୁଛନ୍ତି । କିଛି ଦିନ ତଳେ ହିଁ ରୋଗାଗ୍ରସ୍ତ କାରଣରୁ ରୋହିତଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ଏବେ ଘରର ସାହାରା ଥିବା ରୋହିତ୍ ବି ଆତ୍ମହତ୍ୟା କରିଦେଲେ । ସୂଚନା ଅନୁସାରେ , ରୋହିତଙ୍କ ୪ ମାସର ଏକ ପୁତ୍ରସନ୍ତାନ ରହିଛି ଯାହାକୁ ପତ୍ନୀ ଝଗଡ଼ା ପରେ ନିଜ ସଙ୍ଗରେ ବାପଘରକୁ ନେଇ ଚାଲିଯାଇଥିଲେ । ଏବେ ପୁଅର ମୃତ୍ୟୁ ପାଇଁ ପ୍ରୀତି ଏବଂ ତାଙ୍କ ପରିବାରକୁ ଦାୟୀ କରି ରୋହିତଙ୍କ ମା’ ଆଇନର ସାହାରା ନେଇଛନ୍ତି ।