କନକ ବ୍ୟୁରୋ : ଆପଣଙ୍କର ମାରାତ୍ମକ ରୋଗକୁ ଭଲ କରିଦେବ କଞ୍ଚାଲଙ୍କା । କଞ୍ଚାଲଙ୍କା ଖାଇବା ଦ୍ୱାରା କ୍ୟାନ୍ସର ଆଉ ହାର୍ଟ ଆଟାକ୍ ଭଳି ରୋଗର ଆଶଙ୍କା କମିବ । ଖାଲି ସେତିକି ନୁହେଁ, କଞ୍ଚାଲଙ୍କା ଖାଇଲେ ବଡିର ଇମ୍ୟୁନିଟି ପାଓ୍ୱାର ମଧ୍ୟ ବଢ଼ିବ । ଏକଥା ଆମେ କହୁନୁ, ବରଂ ଏକ ରିପୋର୍ଟରୁ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି । ଦର୍ଶକ ବନ୍ଧୁ, ଆପଣ ଭଲ ଭାବେ ଜାଣିଥିବେ....କଞ୍ଚାଲଙ୍କା ବିନା ଅଧା ଅଧା ଲାଗେ ରନ୍ଧାଶାଳ । ଅନେକ ଲୋକ ଖାଇବା ବେଳେ କଞ୍ଚା ଲଙ୍କାକୁ ନିଜ ଖାଦ୍ୟରେ ସାମିଲ କରନ୍ତି । କଞ୍ଚା ଲଙ୍କା ଚକଟି ଖାଇବାକୁ ବେଶ ପସନ୍ଦ କରନ୍ତି ସମସ୍ତେ । କଞ୍ଚା ଲଙ୍କା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟରେ ମଧ୍ୟ ଉନ୍ନତି ଆଣେ । କଞ୍ଚା ଲଙ୍କାରେ ଭିଟାମିନ୍ A, ଭିଟାମିନ୍ B6, ଭିଟାମିନ୍ K ଏବଂ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫୋଲେଟ୍, ପୋଟାସିୟମ, ଆଇରନ୍ , କପର ଆଦି ଥାଏ । ତେଣୁ ଏହାକୁ ଖାଦ୍ୟରେ ସାମିଲ କରିବା ନିହାତି ଆବଶ୍ୟକ । ନିକଟରେ ହୋଇଥିବା ଏକ ଗବେଷଣାର ରିପୋର୍ଟ ଅନୁସାରେ କୁହାଯାଇଛି ଯେ ଲଙ୍କା ଖାଇବା ଦ୍ୱାରା କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ ।
କଞ୍ଚା ଲଙ୍କା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର, ଯାହା ଶରୀରକୁ ମୁକ୍ତ ରାଡିକାଲ୍ସରୁ ରକ୍ଷା କରେ । ସେଥିପାଇଁ ସାଲାଡ କିମ୍ବା ପନିପରିବାରେ କଞ୍ଚା ଲଙ୍କା ବ୍ୟବହାର କରିପାରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ସେହିପରି ହୃତପିଣ୍ଡକୁ ସୁସ୍ଥ ରଖିବାରେ ମଧ୍ୟ କଞ୍ଚା ଲଙ୍କା ଲାଭଦାୟକ । ନିୟମିତ ଭାବରେ କଞ୍ଚା ଲଙ୍କା ଖାଇବା ଦ୍ୱାରା କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲିସେରାଇଡ୍ ସ୍ତର ହ୍ରାସ ପାଇଥାଏ ଯାହା ଦ୍ୱାରା ଏଥେରୋସ୍ଲେରୋସିସ୍ ଭଳି ରୋଗକୁ ରୋକାଯାଇପାରେ । ଏହା ହୃଦରୋଗର ଆଶଙ୍କାକୁ ମଧ୍ୟ ହ୍ରାସ କରେ । ସବୁଜ ଲଙ୍କା ଖାଇବା ଦ୍ୱାରା ଥଣ୍ଡା ଏବଂ କାଶ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/06/54-2025-09-06-12-49-56.jpg)