କନକ ବ୍ୟୁରୋ :  ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ବାୟୁରେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ଠିକରେ ନିଶ୍ବାସ ପ୍ରଶ୍ଵାସ ନେବା କଷ୍ଟକର ହୋଇପଡ଼ୁଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହାକୁ ନେଇ ଲୋକସଭାରେ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ବାୟୁ ପ୍ରଦୂଷଣ ନେଇ ସେ କହିଛନ୍ତି, ବାୟୁ ପ୍ରଦୂଷଣ ପାଇଁ ଆମକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି । ଆମ ସ୍ଵାସ୍ଥ୍ୟ ଏବଂ ଅର୍ଥନୀତି ଉଭୟ ପ୍ରଭାବିତ ହେଉଛି ।

Advertisment

ଅଧିକ ପଢନ୍ତୁ .. ପଦ୍ମ ପୁରସ୍କାର ୨୦୨୬: ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ

ଲକ୍ଷ ଲକ୍ଷ ସାଧାରଣ ଭାରତୀୟ ପ୍ରତିଦିନ ଏହି ବୋଝ ଉଠାଉଛନ୍ତି ।" ଖାସକରି ପିଲା ଏବଂ ବୃଦ୍ଧମାନେ ସବୁଠାରୁ ଅଧିକ କଷ୍ଟ ପାଉଛନ୍ତି । ରାହୁଲ ଆହୁରି କହିଛନ୍ତି, ନିର୍ମାଣ ଶ୍ରମିକ ଏବଂ ଦିନ ମଜୁରିଆଙ୍କ ଜୀବିକା ବିଶେଷ ଭାବରେ ପ୍ରଭାବିତ ହେଉଛି । ଏହି ସଙ୍କଟକୁ ଆଗାମୀ ଶୀତ ୠତୁ ପର୍ଯ୍ୟନ୍ତ ଅଣଦେଖା କରିହେବନାହିଁ । ଏହାକୁ ରୋକିବାକୁ ହେଲେ ସମସ୍ତଙ୍କୁ ସ୍ଵର ଉଠାଇବାକୁ ପଡ଼ିବ । ଆପଣଙ୍କ ସ୍ୱର ଗୁରୁତ୍ୱପୂର୍ଣ୍ଣ, ଆପଣ ସ୍ଵର ଉଠାନ୍ତୁ ଏହାକୁ ବଳ ଯୋଗାଇବା ମୋର କର୍ତ୍ତବ୍ୟ ।  ୧୦୦ ଦିନ ପରେ ଦିଲ୍ଲୀର କମିଛି ପ୍ରଦୂଷଣ  ପ୍ରାୟ ୧୦୦ ଦିନ ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ଉନ୍ନତ ହୋଇଛି । ଶୁକ୍ରବାର ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ପରେ, ଦିଲ୍ଲୀ ପ୍ରଦୂଷଣ ସାମାନ୍ୟ କମିଛି । ଶନିବାର, AQI ୨୪୨ ରୁ ୨୫୬ ମଧ୍ୟରେ ରେକର୍ଡ କରାଯାଇଥିଲା, ଯେତେବେଳେ ଅପରାହ୍ନ ସୁଦ୍ଧା ଏହା ପ୍ରାୟ ୧୯୦ ଥିଲା । ସେହିପରି, ଆଜି, ଦିଲ୍ଲୀର AQI ୧୫୫ ରେକର୍ଡ କରାଯାଇଛି ।