କନକ ବ୍ୟୁରୋ:  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତରାଧିକାରୀ କୁହାଯାଉଛି । ହେଲେ ଏଭଳି ଚର୍ଚ୍ଚା ଭିତରେ ଯୋଗୀଙ୍କ ମନ୍ତବ୍ୟ ଆଉ ଏକ ଚର୍ଚ୍ଚା ପାଲଟିଛି । ଏକ ଜଣାଶୁଣା ଗଣମାଧ୍ୟମର ପଡକାଷ୍ଟରେ ଯୋଗୀ କହିଛନ୍ତି , ’ରାଜନୀତି ମୋର ଫୁଲ ଟାଇମ୍ ଜବ୍ ନୁହେଁ ’

Advertisment

ଜଣେ ବରିଷ୍ଠ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପଚାରିଥିଲେ , ‘ଆରଏସଏସ୍ ଆପଣଙ୍କୁ ପସନ୍ଦ କରେ, ମୋଦୀ ମଧ୍ୟ ଆପଣଙ୍କୁ ପସନ୍ଦ କରନ୍ତି, ଆପଣଙ୍କୁ ଯୋଗ୍ୟ ବୋଲି କୁହନ୍ତି, ଆମ ଦେଶର ଜନତାର ଅଧାରୁ ଅଧିକ ଜନତା ଆପଣଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି, ଏହା ଉପରେ ଆପଣଙ୍କ ମତାମତ କ’ଣ ? ’ ଏହାର ଜବାବରେ ଯୋଗୀ କହିଥିଲେ , ’ରାଜନୀତି ମୋର ଫୁଲଟାଇମ୍ ଜବ୍ ନୁହେଁ । ମୁଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ । ଉତ୍ତରପ୍ରଦେଶର ଜନତାଙ୍କ ପାଇଁ ମୁଁ ଅଛି । ଆଜି ରାଜନୀତି ମୋ ପାଇଁ ଫୁଲଟାଇମ୍ ଜବ୍ ନୁହେଁ। ମୁଁ ଏଠି କାମ କରୁଛି ସତ ହେଲେ ବାସ୍ତବରେ ମୁଁ ଜଣେ ଯୋଗୀ । ଆମେ ଏଠି ଅଛୁ କାମ କରୁଛୁ, କିନ୍ତୁ ତା’ର ବି ଗୋଟେ ସମୟ ସୀମା ରହିଛି’ ।