କନକ ବ୍ୟୁରୋ: ଯୋଗୀଙ୍କ ନାଁରେ ଯୋଡ଼ି ହେଲା ନୂଆ ରେକର୍ଡ । ଉତ୍ତର ପ୍ରଦେଶର ୨ୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ଅର୍ଜନ କରିଛନ୍ତି ଯୋଗୀ ଆଦିତ୍ୟନାଥ । ତାଙ୍କ ଉପରେ ଏବେ କେବଳ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରହିଛନ୍ତି, ଯିଏକି ସ୍ୱାଧୀନତା ପରେ ଉତ୍ତର ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ରହିଥିଲେ । ଗୋବିନ୍ଦ ବଲ୍ଲଭ ପନ୍ତ ଦୀର୍ଘ ୮ ବର୍ଷ ୨୩୪ ଦିନ  ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାପରେ ଯୋଗୀ ଆଦିତ୍ୟନାଥ ୮ ବର୍ଷ ୧୩୨ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିସାରିଲେଣି । ଯୋଗୀ ଆଦିତ୍ୟନାଥ ଏବେ ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Advertisment

ଜାଣିରଖିବା ଉଚିତ ଯେ, ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୧୯ ତାରିଖ ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ଏହାପରେ ୨୦୨୨ରେ ୟୁପିରେ ବିଜେପିର ବିଜୟ ପରେ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ସେ ହେଉଛନ୍ତି ୟୁପିର ପ୍ରଥମ ମୁଖ୍ୟମନ୍ତ୍ରୀ  ଯିଏକି ନିଜର କାର୍ଯ୍ୟକାଳ ପୂରଣ କରିବା ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଆଉ ଏବେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାର ଲିଷ୍ଟରେ ଯୋଗୀ ୨ୟ ସ୍ଥାନକୁ ଉଠିଛନ୍ତି ।

ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଉତ୍ତର ପ୍ରଦେଶର ୨୨ ତମ ମୁଖ୍ୟମନ୍ତ୍ରୀ । ବିଜେପିର ଜଣେ ଆଗଧାଡ଼ିର ନେତା ସହ ସେ ଗୋରଖନାଥ ମଠର ମହନ୍ତ ଅର୍ଥାତ ମୁଖ୍ୟ ପୂଜାରୀ ଭାବେ ମଧ୍ୟ ବେଶ ପରିଚିତ । ସେ ୧୯୯୮ ମସିହାରେ ମାତ୍ର ୨୬ ବର୍ଷ ବୟସରେ ପ୍ରଥମ ଥର ପାଇଁ ଗୋରଖପୁର ଲୋକସଭା ସିଟରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।