କନକ ବ୍ୟୁରୋ : ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ଯୋଗ ନା କେବଳ ଶରୀରକୁ ସୁସ୍ଥ ରଖିଥାଏ ବରଂ ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟକୁ ଉତ୍ତମ କରିଥାଏ । ଏହି କାରଣୁରୁ ହେଲ୍ଥ୍ ଏକ୍ସପର୍ଟ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗକୁ ଡେଲି ରୁଟିନ୍ରେ ସାମିଲ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବିଶେଷ କରି କିଛି ଯୋଗାସନ କୁ ନିୟମିତ ଅଭ୍ୟାସ କରିବା ଦ୍ବାରା ଶୀରରକୁ ଏକାସାଙ୍ଗେ ଅନେକ ଲାଭ ମିଳିଥାଏ । ଏଥିରୁ ଗୋଟିଏ ହେଉଛି ମଳାସନ । ଆସନ୍ତୁ ଜାଣିବା ସବୁଦିନ ସକାଳେ କରିବା ଦ୍ବାରା ଶରୀରକୁ କି କି ଲାଭ ମିଳିଥାଏ ।
ମଳାସନ କରିବା ଦ୍ବାରା କଣ ଲାଭ ମିଳିଥାଏ
ଯୋଗ କୋଚ୍ଙ୍କ କହିବାନୁଯାୟୀ, ମୁଁ ଏକ ମାସ ପର୍ଯ୍ୟନ୍ତ ସୁବଦିନ ସକାଳେ ମଳାସନରେ ବସି ଗରମ ପାଣି ପିଇଲି । ଏପରି କରିବା ଦ୍ବାରା ମୋ ଶୀରରକୁ ଅନେକ ପ୍ରକାରର ଲାଭ ମିଳିଥିଲା ।
ଏକ୍ସପର୍ଟ କଣ କୁହନ୍ତି
ଯୋଗ ଏକ୍ସପର୍ଟଙ୍କ କହିବାନୁଯାୟୀ, ମଳାସନ କରିବା ଦ୍ବାରା ସର୍ବ ପ୍ରଥମେ ଏହାର ପ୍ରଭାବ ପାଚନ ତନ୍ତ୍ର ଉପରେ ପଡ଼ିଥାଏ । ଏକ୍ସପର୍ଟଙ୍କ କହିବାନୁଯାୟୀ ସକାଳୁ ଉଠିବା ମାତ୍ରେ ମଳାସନରେ ବସି ଗରମ ପାଣି ପିଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ମଳତ୍ୟାଗ ନିୟମିତ ହୁଏ । ମଳାସନରେ ବସି ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ସଫା ହୋଇଥାଏ, ଯାହା ଫଳରେ ଆପଣ ଦିନସାରା ହାଲୁକା ଏବଂ ସୁସ୍ଥ ଅନୁଭବ କରନ୍ତି ।
ଏହି ଅଭ୍ୟାସ ମହିଳାମାନଙ୍କ ପାଇଁ ଆହୁରି ଲାଭଦାୟକ ପ୍ରମାଣିତ ହୋଇପାରେ । ଯୋଗ ବିଶେଷଜ୍ଞମାନେ କୁହନ୍ତି ଯେ ମଳାସନ କରିବା ଦ୍ୱାରା ସେମାନଙ୍କର ଋତୁଚକ୍ର ପୂର୍ବ ଅପେକ୍ଷା ଅଧିକ ନିୟମିତ ହୋଇଥାଏ ଏବଂ ଋତୁସ୍ରାବ ସମୟରେ କମ୍ ଯନ୍ତ୍ରଣା ଅନୁଭବ ହୋଇଥାଏ । ସକାଳେ ଉଠିବା ମାତ୍ରେ ଯେଉଁ ମାନଙ୍କର ବାନ୍ତି ହେଉଥିବ ମଳାସନ ଦ୍ବାରା ତାହା ସମ୍ପୂର୍ଣ୍ଣ ଦୂର ହୋଇଯାଇଥାଏ ।