ରାଜ୍ୟ ଅତିଥି ଭବନରେ ଯୋଗ ଶିବିର । ସାମିଲ ହେଲେ ସବୁ ରାଜ୍ୟର ଡିଜିପି ଓ ଆଇଜିପି । ସ୍ବତନ୍ତ୍ର ଡ୍ରେସ କୋଡ ସହ କଲେ ଯୋଗ ।

ଭୁବନେଶ୍ବରରେ ପୁଲିସ ମହାନିର୍ଦ୍ଦେଶକଙ୍କ ମେଳି। ପ୍ରତି ରାଜ୍ୟରୁ ଆସିଥିବା ଡିଜିପି ଓ ଆଇଜିପିଙ୍କୁ ନେଇ ଗତକାଲିଠାରୁ ଆରମ୍ଭ ହୋଇସାରିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜି ଦ୍ବିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।

yoga sibira

କନକ ବ୍ୟୁରୋ: ଭୁବନେଶ୍ବରରେ ପୁଲିସ ମହାନିର୍ଦ୍ଦେଶକଙ୍କ ମେଳି। ପ୍ରତି ରାଜ୍ୟରୁ ଆସିଥିବା ଡିଜିପି ଓ ଆଇଜିପିଙ୍କୁ ନେଇ ଗତକାଲିଠାରୁ ଆରମ୍ଭ ହୋଇସାରିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜି ଦ୍ବିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଦେଶବ୍ୟାପୀ ବଢ଼ୁଥିବା ସାଇବର ଅପରାଧ ଓ ଆଧୁନିକ ଜ୍ଞାନକୌଶଳ, ଉପକୂଳ ସୁରକ୍ଷା, ପୁଲିସ ନେତୃତ୍ବ ଏବଂ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହେବ। ଏହାସହ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ୩ ଅପରାଧିକ ଆଇନ ସମ୍ପର୍କରେ ଆଲୋକପାତ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ। ଏହି ଅବସରରେ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଶନିବାର ସକାଳେ ୮ଟା ୨୫ରେ ଲୋକସେବା ଭବନ ଯିବେ ପ୍ରଧାନମନ୍ତ୍ରୀ। ସକାଳ ସାଢ଼େ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଡିଜି ଓ ଆଇଜି ସମ୍ମିଳନୀରେ ସାମିଲ ହେବେ। ଦ୍ବିତୀୟ ଦିନର ସମ୍ମିଳନୀ ପୂର୍ବରୁ ଅତିଥି ଭବନରେ ଯୋଗ ଶିବିରର ଆୟୋଜନ କରାଯାଇଛି। ଯେଉଁଥିରେ ଯୋଗଦେଇଛନ୍ତି ବିଭିନ୍ନ ରାଜ୍ୟର ଡିଜିପି ଓ ଆଇଜିପି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe