କନକ ବ୍ୟୁରୋ :'YMCA' ତରଫରୁ ଡିସୌଜା ସ୍କୁଲରେ ଆଜି ଫ୍ୟାନସି ପୋଷାକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ରାଉରକେଲା ସ୍ଥିତ ୧୧ଟି ବିଦ୍ୟାଳୟରୁ ପ୍ରାୟ ୮୨ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅତିଥି ଭାବେ ଶ୍ରୀମତୀ ସଙ୍ଗୀତା ଯାଦବ, ଶ୍ରୀମତୀ ରାଜଲକ୍ଷ୍ମୀ ସୁତାର, ଶ୍ରୀମତୀ ପ୍ରଦୀପ କୌର, ଶ୍ରୀମତୀ ନମିତା ମିଶ୍ର ଯୋଗ  ଦେଇଥିଲେ । ନର୍ସରୀଠୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ନିଜ ନିଜ ପୋଷାକ ପରିଧାନ ଦେଖେଇବା ସହ ସେମାନେ ହେଇକି ଆସିଥିବା ଚରିତ୍ର ବିଷୟରେ କହିଥିଲେ ।

Advertisment

କାର୍ଯ୍ୟକ୍ରମ ପରିଚାଳନା ଶ୍ରୀମତୀ ତନୁଶ୍ରୀ ନିୟୋଗୀ ଓ ସର୍ବରୀ ଦାସ କରିଥିଲେ । ଡିସୌଜା ବିଦ୍ୟାଳୟର ପିଲାମାନେ ସୁନ୍ଦର ଭାବେ ସଙ୍ଗୀତ ଗାଇଥିଲେ । ବିଦ୍ୟାଳୟର ଚେୟାରମ୍ୟାନ ଅଲେକଜେଣ୍ଡାର ଡିସୌଜା , ନିର୍ଦ୍ଦେଶିକା ଆନାବେଲା ଡ଼ିସୋଜା ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ । ଶ୍ରୀମତୀ କକୋଲି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ମୋସୁମୀ ଦାସ ଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଭଲ୍ୟୁଣ୍ଟର୍ସ ଓ YMCA ଙ୍କ ସହାୟତାରେରେ ଆଜିର କାର୍ଯ୍ୟକ୍ରମଟି ସଫଳ ହୋଇଥିଲା  । ପୁରସ୍କାର ବିତରଣ କାର୍ଯ୍ୟକ୍ରମର ତାରିଖ ଓ ସମୟ ସମ୍ବନ୍ଧୀୟ ସୂଚନା ପରେ ସମସ୍ତ ବିଦ୍ୟାଳୟକୁ ଜଣାଇ ଦିଆଯିବ ।