Photograph: (KANAKNEWS)
କନକ ବ୍ୟୁରୋ : ମହିଳା ପ୍ରିମିୟର ଲିଗ୍ ୨୦୨୬ର ଆରମ୍ଭ ଦମଦାର ଥିଲା । ପ୍ରଥମ ମ୍ୟାଚ୍ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ଆଉ ସବୁ ଭିତରେ ବାରି ହୋଇପଡ଼ୁଥିଲେ ହୋଷ୍ଟ କରୁଥିବା ମିଷ୍ଟ୍ରି ଆଙ୍କରଙ୍କ ଜଲୱା । ସମସ୍ତଙ୍କ ନଜର ତାଙ୍କ ଆଡ଼କୁ ଟାଣି ହୋଇଯାଇଥିଲା । ଇଏ କିଏ ବୋଲି ସମସ୍ତଙ୍କ ମନରେ ଆସିଥିଲା ପ୍ରଶ୍ନ । ଓମେନ୍ସ ପ୍ରିମିୟର ଲିଗ୍ସ ରୁ ଭାଇରାଲ ହେଉଥିବା ଆଙ୍କର ହେଉଛନ୍ତି ୟେଶା ସାଗର । ୟେଶା ଆଙ୍କରିଙ୍ଗ ବ୍ୟତୀତ ମଡେଲିଙ୍ଗ ଓ ଆକ୍ଟଂ ବି କରନ୍ତି ।
ବଢୁଛି ହୃଦରୋଗ : ଯୁବପିଢିଙ୍କ ଠାରେ ବଢୁଛି ସମସ୍ୟା...
ପଞ୍ଜାବ କିରତପୁର ସାହିବର ସେ ମୂଳ ବାସିନ୍ଦା । କିନ୍ତୁ ଏବେ କାନାଡ଼ା ଟୋରୋଣ୍ଟୋରେ ରହୁଛନ୍ତି , ଯେଉଁଠୁ ସେ ଅନ୍ତର୍ଜାତୀୟ ପ୍ରୋଜେକ୍ଟ ସହ ମଡେଲିଙ୍ଗ କ୍ୟାରିୟରକୁ ମ୍ୟାନେଜ୍ କରୁଛନ୍ତି । ମଡେଲିଙ୍ଗରୁ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି ୟେଶା । ଏହାପରେ କିଛି ପଞ୍ଜାବୀ ଗୀତରେ ବି ନିଜର ଜଲୱା ଦେଖାଇଛନ୍ତି । ଏହା ସହ ଭାରତ ଓ ବିଦେଶର କିଛି ନାମୀ ବ୍ରାଣ୍ଡ ପାଇଁ ଫଟୋ ସୁଟ୍ କରିଛନ୍ତି । ଜଣେ ଗ୍ଲୋବାଲ୍ ମଡେଲ ଭାବେ ତାଙ୍କର ପରିଚୟ ରହିଛି । ପଞ୍ଜାବୀ ମ୍ୟୁଜିକ୍ ଭିଡିଓ କଥା କହିବା ତ , ୟେଶା ଅନେକ ସୁପରହିଟ୍ ଗୀତରେ ଅଭିନୟ କରିଛନ୍ତି ।
ଖାସ୍ କରି ସିଙ୍ଗର ବବ୍ବୁ ମାନଙ୍କ ସହ ତାଙ୍କର କେମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।ଏହା ବ୍ୟତୀତ ୟେଶା ଜାର୍ଡନ୍ ସନ୍ଧୁଙ୍କ ସହ କାମ କରିବାକୁ ନେଇ ଚର୍ଚ୍ଚାରେ ଥିଲେ । ମଡେଲିଙ୍ଗ ଓ ଆକ୍ଟିଂ ବ୍ୟତୀତ ୟେଶା ଫିଟନେଶ୍ ଫ୍ରିକ୍ ଅଟନ୍ତି । ନିଜକୁ ଫିଟ୍ ରଖିବାକୁ ସେ ପୂରା ପରଫେକ୍ଟ ସିଡୁଲ ଫଲୋ କରନ୍ତି । ସୋସିଆଲ ମିଡିଆରେ ଅଧିକାଂଶ ୱକଆଉଟ୍ ଭିଡିଓ ଓ ଲାଇଫଷ୍ଟାଇଲ ଭିଡିଓ ଦେଖିବାକୁ ମିଳେ । ଇନଷ୍ଟାରେ ଖୁବ୍ ଚର୍ଚ୍ଚିତ ୟେଶା । ଇନଷ୍ଟାରେ ତାଙ୍କର ୧.୨ ମିଲିୟନ୍ ଫଲୋଅର୍ସ ଅଛନ୍ତି । ଏଥିରେ ତାଙ୍କର ଆଙ୍କରିଙ୍ଗ, ଟ୍ରାଭେଲିଙ୍ଗ ଓ ଫଟୋସୁଟ୍ ପୋଷ୍ଟ ଦେଖିବାକୁ ମିଳେ । ୟେଶାଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ସିକ୍ରେଟିଭ୍ । ନିଜ ରିଲେସନ ଷ୍ଟାଟସ ବିଷୟରେ କେବେ କିଛି ପ୍ରକାଶ କରିନାହାନ୍ତି । ତାଙ୍କର ଅଧିକାଂଶ ସମୟ ନିଜର ପରିବାର ଓ ସାଙ୍ଗ ମାନଙ୍କ ସହ କଟେ ।
Follow Us