କନକ ବ୍ୟୁରୋ : ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା । ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଧିକ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା । ଆଜି ପାଇଁ ୨୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି । ୨୪ ଓ ୨୫ରେ ଉପକୂଳ ଓଡ଼ିଶାରେ ଅଧିକ ପ୍ରଭାବ ପଡିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି । 

Advertisment

ଗୋଟିଏ ପଟେ ବାଲେଶ୍ବରରେ ବନ୍ୟା ସ୍ଥିତି ସୁଧୁରୁ ନଥିବାବେଳେ ଆଗକୁ ଆସୁଛି ବଡ଼ ବର୍ଷା । ବଙ୍ଗୋପ ସାଙ୍ଗରରେ ପଛକୁ ପଛ ଆସୁଛି ଘୂର୍ଣ୍ଣିବଳୟ । ଆସନ୍ତା ଦଉ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ୨ରୁ ୩ ଟି ଘୂର୍ଣ୍ଣିବଳୟ ଲଘୁଚାପ ସମ୍ଭାବନା ରହିଛି, ଯାହା ପ୍ରଭାବରେ ଆଗାମୀ ୧୦ ଦିନ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିବା ସହିତ ଉତ୍ତର ଓ ଉପକୂଳରେ ବର୍ଷାର ପରିମାଣ ଅଧିକ ରହିବା ନେଇ ପୂର୍ବାନୁମାନ । ୨୪ରେ ଉତ୍ତର ଓଡିଶା ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ସେପଟେ ଆଜି ସାରା ରାଜ୍ୟରେ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳରୁ ନେଇ ଆଭ୍ୟନ୍ତରୀଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବି ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।