କନକ ବ୍ୟୁରୋ : ଆଖି ଆଗରେ ଭାଙ୍ଗିଯାଉଛି ବର୍ଷ ବର୍ଷର ସ୍ୱପ୍ନ । ପଦ୍ମ ସରକାରରେ ଘୁଞ୍ଚି ଯାଉଛି ବିକାଶର ପଦ୍ମ । ବ୍ରହ୍ମପୁରରୁ ବିମାନ ଉଡ଼ିବା ନେଇ ଦୀର୍ଘ ବର୍ଷ ଧରି ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଏବର୍ଷ ବି ପୂରା ହୋଇପାରିବ ନାହିଁ । ଯାହା ଜାଣିବା ପରେ ଦକ୍ଷିଣ ଓଡ଼ିଶାବାସୀଙ୍କ ମନ ଭାଙ୍ଗି ଯାଇଛି ।

Advertisment

ଏବର୍ଷ ଉଡ଼ିବନି ବିମାନ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ପ୍ରତିଶ୍ରୁତି । ୨୦୨୩ରେ ଆରମ୍ଭ ହୋଇ ବନ୍ଦ ହୋଇଗଲା ବିମାନସେବା । ବଦଳିଲା ସରକାର, ସରୁନି ବିମାନବନ୍ଦର କାମ । ନିର୍ବାଚନ ପୂର୍ବର ସ୍ୱପ୍ନ, ଭୋଟ୍‌ ପରେ ଭାଙ୍ଗିଗଲା । ରଙ୍ଗେଇଲୁଣ୍ଡାରୁ ଏବର୍ଷ ଉଡ଼ିବନି ବିମାନ । ନୂଆବର୍ଷ ପୂର୍ବରୁ ଲୋକଙ୍କୁ ମିଳିବନି ବିମାନସେବା । ରିପୋର୍ଟ ମାଗିଲେ ନୂଆ ଜିଲ୍ଲାପାଳ ଓ ଆର୍‌ଡିସି । କାହିଁକି, କେଉଁଠି ରହିଛି ସମସ୍ୟା ? ବିମାନବନ୍ଦର କାମରେ କାହିଁକି ହେଉଛି ବିଳମ୍ବ ?

କ’ଣ ରହିଛି କାରଣ ?

ପୂର୍ତ୍ତ ବିଭାଗକୁ ମିଳିପାରିନି ସମ୍ପୂର୍ଣ୍ଣ ଜମି । ଜଳ ସମ୍ପଦ ବିଭାଗ ବଦଳାଇ ପାରିନି କେନାଲର ଗତିପଥ । ନଭେମ୍ବର ୧୫ ପୂର୍ବରୁ ସରିବନି କେନାଲ ମୋଡ଼ ବଦଳାଇବା । ମାର୍ଚ୍ଚ ପୂର୍ବରୁ ସରିବନି ବିମାନବନ୍ଦର ସମ୍ପ୍ରସାରଣ କାମ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡାରୁ ବିମାନସେବାର ଶୁଭାରମ୍ଭ କରିଥିଲେ । ଉଡ଼ାନ୍ ଯୋଜନାରେ ସାମିଲ ହୋଇଥିଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ । ପ୍ରଥମେ ଛୋଟ ବିମାନ ଭୁବନେଶ୍ୱରକୁ ଉଡ଼ିଥିଲା । ଆବଶ୍ୟକତା ପୂରଣ ନହେବାରୁ ଏୟାରଷ୍ଟ୍ରିପ୍‌ରେ ପଡ଼ିଛି ତାଲା । ବିମାନବନ୍ଦର ସଂପ୍ରସାରଣରେ କେନାଲ ଅଡ଼ୁଆ । ବଦଳିବ ବିମାନବନ୍ଦର ପାଖରେ ଥିବା କେନାଲର ଗତିପଥ । ନା କେନାଲକୁ ପୂରା ବନ୍ଦ କରିଦିଆଯିବ, ତାକୁ ନେଇ ଦ୍ୱନ୍ଦ୍ୱରେ ଚିନ୍ତା ।