କଂଗ୍ରେସର ପଦଯାତ୍ରା: ଗାନ୍ଧୀ ଜୟନ୍ତୀ ଅବସରରେ ବର୍ଷ ବ୍ୟାପୀ ହେବାକୁ ଥିବା ପଦଯାତ୍ରାର ଆଜି ଶୁଭାରମ୍ଭ

ପିସିସି ସଭାପତି ଭକ୍ତଚରଣ ଦାଶଙ୍କ ସମେତ କଂଗ୍ରେସର ସମସ୍ତ ଆଗଧାଡିର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ମୋଟୁଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମୋଟୁ ମୁଗି ପଏଣ୍ଟରୁ ପଦ ଯାତ୍ରା ଆରମ୍ଭ କରିଛନ୍ତି ।

11

Photograph: (kanak news)

କନକ ବ୍ୟୁରୋ: କଂଗ୍ରେସର ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା । ଓଡ଼ିଶା ତଥା ମାଲକାନଗିରି ଜିଲ୍ଲାର ଶେଷ ସୀମା ମୋଟୁ ମୁଗି ପଏଣ୍ଟର ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସର ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା । ପିସିସି ସଭାପତି ଭକ୍ତଚରଣ ଦାଶଙ୍କ ସମେତ କଂଗ୍ରେସର ସମସ୍ତ ଆଗଧାଡିର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ମୋଟୁଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମୋଟୁ ମୁଗି ପଏଣ୍ଟରୁ ପଦ ଯାତ୍ରା ଆରମ୍ଭ କରିଛନ୍ତି । ମୋଟୁଠାରେ ଏକ ସାଧାରଣ ସଭା ପରେ ପ୍ରାୟ ୭୦ କିଲୋମିଟର ପଦ ଯାତ୍ରା କରି କଂଗ୍ରେସ ନେତା ମାନେ ପେଟେରୁଠାରେ ରାତ୍ରୀ ଯାପନ କରି ପୁନର୍ବାର ଆସନ୍ତାକାଲି ପୋଟେରୁ ପଦ ଯାତ୍ରା ଆରମ୍ଭ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe