କନକ ବ୍ୟୁରୋ: କଂଗ୍ରେସର ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା । ଓଡ଼ିଶା ତଥା ମାଲକାନଗିରି ଜିଲ୍ଲାର ଶେଷ ସୀମା ମୋଟୁ ମୁଗି ପଏଣ୍ଟର ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସର ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା । ପିସିସି ସଭାପତି ଭକ୍ତଚରଣ ଦାଶଙ୍କ ସମେତ କଂଗ୍ରେସର ସମସ୍ତ ଆଗଧାଡିର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ମୋଟୁଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମୋଟୁ ମୁଗି ପଏଣ୍ଟରୁ ପଦ ଯାତ୍ରା ଆରମ୍ଭ କରିଛନ୍ତି । ମୋଟୁଠାରେ ଏକ ସାଧାରଣ ସଭା ପରେ ପ୍ରାୟ ୭୦ କିଲୋମିଟର ପଦ ଯାତ୍ରା କରି କଂଗ୍ରେସ ନେତା ମାନେ ପେଟେରୁଠାରେ ରାତ୍ରୀ ଯାପନ କରି ପୁନର୍ବାର ଆସନ୍ତାକାଲି ପୋଟେରୁ ପଦ ଯାତ୍ରା ଆରମ୍ଭ ହେବ ।
କଂଗ୍ରେସର ପଦଯାତ୍ରା: ଗାନ୍ଧୀ ଜୟନ୍ତୀ ଅବସରରେ ବର୍ଷ ବ୍ୟାପୀ ହେବାକୁ ଥିବା ପଦଯାତ୍ରାର ଆଜି ଶୁଭାରମ୍ଭ
ପିସିସି ସଭାପତି ଭକ୍ତଚରଣ ଦାଶଙ୍କ ସମେତ କଂଗ୍ରେସର ସମସ୍ତ ଆଗଧାଡିର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ମୋଟୁଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମୋଟୁ ମୁଗି ପଏଣ୍ଟରୁ ପଦ ଯାତ୍ରା ଆରମ୍ଭ କରିଛନ୍ତି ।
/kanak/media/media_files/2025/10/02/11-2025-10-02-16-46-02.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)