ଅଧିନାୟକ ହେବାର ସ୍ବପ୍ନ, ମୁମ୍ବାଇ ଛାଡ଼ି ଗୋଆରୁ ଖେଳିବେ ଜୟସ୍ୱାଲ !

କୋଚ୍‌ ଓ ରାହାଣେଙ୍କ ସହ ମତଭେଦ । ମୁମ୍ବାଇ ଛାଡି ଗୋଆରୁ ଘରୋଇ ମ୍ୟାଚ ଖେଳିବେ ଯଶସ୍ୱୀ ଜୟସ୍ୱାଲ । ରାଗ,ଅଭିମାନ ପାଇଁ ବଡ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ।

49-jaiswal

କନକ ବ୍ୟୁରୋ: ଆଇପିଏଲ ଚାଲଥିବା ବେଳେ ସମସ୍ତଙ୍କୁ ଚକିତ କରିଦେଇଛି ଭାରତୀୟ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କ ଦଳ ପରିବର୍ତ୍ତନ କରିବାକୁ ମନ ବଳାଇବା ଆମେ ଆଇପିଏଲରେ ଦଳ ପରିବର୍ତ୍ତନ କଥା କହୁନୁ ବରଂ ହୋମ ଟିମ୍ ମୁମ୍ବାଇକୁ ଛାଡି ଗୋଆ ଯିବାକୁ ଚାହୁଁଛନ୍ତି ଜୟସ୍ୱାଲ  । ଏହା ପଛରେ ଜଣେ ବଡ କ୍ରିକେଟର ରହିଛନ୍ତି । କାହିଁକି ମୁମ୍ବାଇ ଛାଡିବାକୁ  ଚାହୁଁଛନ୍ତି ଜୟସ୍ୱାଲ ? ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ  । 

 
ଅଣ୍ଡର ୧୯ରୁ କ୍ରିକେଟରୁ ଜୟସ୍ୱାଲଙ୍କୁ ଯିଏ ଦେଖିଛି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି, ଛୋଟ ବୟସରୁ ବଡ଼ ସଟ୍‌ ମାରିବାରେ ସିଦ୍ଧହସ୍ତ ଥିଲେ ଜୟସ୍ୱାଲ । ଖୁବଶୀଘ୍ର ତାଙ୍କୁ ଆଇପିଏଲରେ ସ୍ଥାନ ମିଳିଥିଲା ଆଉ ଆଇପିଏଲରେ ଜୟସ୍ୱାଲ ତାଙ୍କ ଯାଦୁ ଦେଖାଇଥିଲେ । ପରେପରେ ବ୍ଲୁ' ଜର୍ସି ପିନ୍ଧିଲେ ଏହି ଷ୍ଟାର କ୍ରିକେଟର । ହେଲେ ଏବେ ଆଇପିଏଲ ଚାଲିଥିବା ବେଳେ ଚର୍ଚ୍ଚାରେ ରହିଛନ୍ତି ଜୟସ୍ୱାଲ । ଘରୋଇ ଦଳ ମୁମ୍ବାଇ ଛାଡ଼ି ଗୋଆ ତରଫରୁ ଖେଳିବାକୁ ଚାହୁଛନ୍ତି ଜୟସ୍ୱାଲ, ଏବଂ ଜୟସ୍ୱାଲ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ମେଲ୍‌ କରି ଏନଓସି ମାଗିଛନ୍ତି । ଏହାର ନିର୍ଦ୍ଦିଷ୍ଟ କାରଣ ହେଉଛି, ଗୋଆ ପାଇଁ ଖେଳିଲେ ଜୟସ୍ୱାଲ ଅଧିନାୟକ ହେବେ । ପ୍ରଶ୍ନ ଉଠୁଛି, ଏତେ ବଡ଼ କ୍ରିକେଟର କ’ଣ ଅଧିନାୟକ ପଦ ପାଇଁ ଏତେ ବଡ଼ ଟିମ୍‌କୁ ଛାଡୁଛନ୍ତି  ? 

ସୂଚନା ଅନୁଯାୟୀ, ରଣଜୀ ଟ୍ରଫିରେ ଜାମ୍ମୁ କାଶ୍ମୀର ବିପକ୍ଷରେ ପରାଜୟ ପରେ ମୁମ୍ବାଇ କୋଚ୍ ଜୟସ୍ୱାଲଙ୍କୁ ଟାର୍ଗେଟ କରିଥିଲେ କାରଣ ଏହି ମ୍ୟାଚରେ ଜୟସ୍ୱାଲ ସହଳ ଆଉଟ ହୋଇଥିଲେ । ଏହା ପରେ ଜୟସୱାଲ ମୁମ୍ବାଇ ପାଇଁ ଖେଳିଥିଲେ । କିନ୍ତୁ ଜାମ୍ମୁ କାଶ୍ମୀର ବିପକ୍ଷ ସେହି ମ୍ୟାଚରେ ସେ ପ୍ରଥମ ଇନିଂସରେ ମାତ୍ର ୪ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୨୬ ରନ୍ ସ୍କୋର କରିଥିଲେ । ମୁମ୍ବାଇ ଏହି ମ୍ୟାଚକୁ ୫ ୱିକେଟରେ ହାରିଥିଲା । ୨୦୨୨ ମସିହା ପଶ୍ଚିମ ଜୋନର ଅଧିନାୟକ ରାହାଣେ ଦକ୍ଷିଣ ଜୋନର ରବି ତେଜାଙ୍କ ସହ ଅତ୍ୟଧିକ ସ୍ଲେଜିଂ ପାଇଁ ଜୟସ୍ୱାଲଙ୍କୁ ପଡ଼ିଆରୁ ବାହାର କରିଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଏହାପରେ ଜୟସ୍ୱାଲ ଓ ରାହାଣେଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ପରିସ୍ଥିତି ଏପରି ଥିଲା ଯେ, ମ୍ୟାଚ୍‌ ଚାଲୁଥିବା ସମୟରେ ଜୟସ୍ୱାଲ ରାହାଣେଙ୍କ କିଟ୍‌ ବ୍ୟାଗକୁ ଗୋଇଠା ମାରିଥିଲେ । ହୁଏତ ଜୟସ୍ୱାଲ ପୃଥୀ ଶ‘ଙ୍କ କାହାଣୀ ଭୁଲି ଯାଉଛନ୍ତି । ଦିନେ ଯାହାକୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଉଥିଲା ଆଜିକା ଦିନରେ ସେ ମାଟି ହୋଇ ଘରେ ବସିଛନ୍ତି । କ୍ରିକେଟରେ ଅନୁଶାସନ, ଶୃଙ୍ଖଳା ରହିବା ଦରକାର, ଯେତେବଡ଼ ହୁଅନା କାହିଁକି ଫର୍ମ ଗୋଟେ ସମୟ ପର୍ଯ୍ୟନ୍ତ ତୁମ ସହ ରୁହେ, ଯାହା ଜୟସ୍ୱାଲ ଭୁଲି ଯାଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe