RCB ଷ୍ଟାର୍‌ଙ୍କ ବିରୋଧରେ ପୁଣି ଦୁଷ୍କର୍ମ ଅଭିଯୋଗ, ଜୟପୁରରେ ମାମଲା ରୁଜୁ

ଯୁବତୀଙ୍କ ଅଭିଯୋଗ ପରେ, ଜୟପୁରରେ ଆଇପିଏଲ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଫାଷ୍ଟ ବୋଲର ୟଶ ଦୟାଲଙ୍କ ବିରୋଧରେ ଦୁଷ୍କର୍ମ ଏବଂ ପକ୍ସୋ ଆଇନ ଅନୁଯାୟୀ ଏକ ଏତଲା ରୁଜୁ ହୋଇଛି ।

Yash Dayal

କନକ ବ୍ୟୁରୋ: ପୁଣି ଜଣେ ଯୁବତୀ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର୍‌ ଫାଷ୍ଟ ବୋଲର ୟଶ ଦୟାଲଙ୍କ ବିରୋଧରେ  ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏବେ ଗାଜିଆବାଦ ପରେ, ଜୟପୁରରେ ମଧ୍ୟ ୟଶ ଦୟାଲଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି । ଯୁବତୀ ଜଣକ ଆରସିବିର ଷ୍ଟାର୍ କ୍ରିକେଟରଙ୍କ ନାମରେ କ୍ୟାରିୟରର ପ୍ରଲୋଭନ ଦେଖାଇ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ।

ଯୁବତୀଙ୍କ ଅଭିଯୋଗ ପରେ, ଜୟପୁରରେ ଆଇପିଏଲ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଫାଷ୍ଟ ବୋଲର ୟଶ ଦୟାଲଙ୍କ ବିରୋଧରେ ଦୁଷ୍କର୍ମ ଏବଂ ପକ୍ସୋ ଆଇନ ଅନୁଯାୟୀ ଏକ ଏତଲା ରୁଜୁ ହୋଇଛି । ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ୟଶ ଦୟାଲ ତାଙ୍କୁ କ୍ରିକେଟରେ କ୍ୟାରିୟରର ପ୍ରଲୋଭନ ଦେଖାଇ ଏବଂ ଭାବପ୍ରବଣ ବ୍ଲାକମେଲ୍ କରି ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିଲେ । ପୀଡ଼ିତା ଜୟପୁରର ସାଙ୍ଗାନେର ସଦର ଥାନାରେ ୟଶ ଦୟାଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ଯୁବତୀଜଣକ ଅଭିଯୋଗ କରିଛନ୍ତି ଯେ ସେ ଦୁଇ ବର୍ଷ ପୂର୍ବେ ଜୟପୁରରେ ଯଶ ଦୟାଲଙ୍କୁ ଭେଟିଥିଲେ ଯେତେବେଳେ ସେ ନାବାଳିକା ଥିଲେ । ସେହି ସମୟରେ ୟଶ ଦୟାଲ ଏକ ଆଇପିଏଲ ମ୍ୟାଚ୍ ଖେଳିବାକୁ ଜୟପୁର ଆସିଥିଲେ । ଅଭିଯୋଗ ଅନୁଯାୟୀ, ୟଶ ଦୟାଲ ତାଙ୍କୁ କ୍ରିକେଟରେ କ୍ୟାରିୟର ବିଷୟରେ ଟିପ୍ ଦେବା ବାହାନାରେ ଏକ ହୋଟେଲକୁ ଡାକି ନେଇ ଦୁଷ୍କର୍ମ କରିଥିଲେ । ଝିଅଟି ଅଭିଯୋଗ କରିଛି ଯେ ୟଶ ଦୟାଲ ତାଙ୍କୁ କ୍ୟାରିୟର ଗଢ଼ିବା ବାହାନାରେ ଗତ ଦୁଇ ବର୍ଷ ଧରି ଯୌନ ଶୋଷଣ କରୁଥିଲେ ।

ଏହି ମାମଲାରେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଅଭିଯୋଗ ଅନୁଯାୟୀ, ଆଇପିଏଲ-୨୦୨୫ ମ୍ୟାଚ୍ ସମୟରେ ଜୟପୁର ଆସିଥିବା ୟଶ ଦୟାଲ ପୀଡ଼ିତାଙ୍କୁ ସୀତାପୁରାର ଏକ ହୋଟେଲକୁ ଡକାଇ ପୁଣି ଦୁଷ୍କର୍ମ କରିଥିଲେ ।  ପୁଲିସ ମୁତାବକ ଝିଅଟି ୧୭ ବର୍ଷୀୟ ନାବାଳିକା ଥିବା ସମୟରେ ପ୍ରଥମ ଥର ଦୁଷ୍କର୍ମ ହୋଇଥିଲା । ପୂର୍ବରୁ ୟୁପିର ଗାଜିଆବାଦର ଜଣେ ଯୁବତୀ ୟଶ ଦୟାଲଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ୟଶ ଦୟାଲଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ଏହି ମାମଲାରେ ୟଶଙ୍କୁ ଆଲ୍ଲାହାବାଦ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe