କନକ ବ୍ୟୁରୋ: ପୁଣି ଜଣେ ଯୁବତୀ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର୍ ଫାଷ୍ଟ ବୋଲର ୟଶ ଦୟାଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏବେ ଗାଜିଆବାଦ ପରେ, ଜୟପୁରରେ ମଧ୍ୟ ୟଶ ଦୟାଲଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି । ଯୁବତୀ ଜଣକ ଆରସିବିର ଷ୍ଟାର୍ କ୍ରିକେଟରଙ୍କ ନାମରେ କ୍ୟାରିୟରର ପ୍ରଲୋଭନ ଦେଖାଇ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ।
ଯୁବତୀଙ୍କ ଅଭିଯୋଗ ପରେ, ଜୟପୁରରେ ଆଇପିଏଲ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଫାଷ୍ଟ ବୋଲର ୟଶ ଦୟାଲଙ୍କ ବିରୋଧରେ ଦୁଷ୍କର୍ମ ଏବଂ ପକ୍ସୋ ଆଇନ ଅନୁଯାୟୀ ଏକ ଏତଲା ରୁଜୁ ହୋଇଛି । ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ୟଶ ଦୟାଲ ତାଙ୍କୁ କ୍ରିକେଟରେ କ୍ୟାରିୟରର ପ୍ରଲୋଭନ ଦେଖାଇ ଏବଂ ଭାବପ୍ରବଣ ବ୍ଲାକମେଲ୍ କରି ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିଲେ । ପୀଡ଼ିତା ଜୟପୁରର ସାଙ୍ଗାନେର ସଦର ଥାନାରେ ୟଶ ଦୟାଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ଯୁବତୀଜଣକ ଅଭିଯୋଗ କରିଛନ୍ତି ଯେ ସେ ଦୁଇ ବର୍ଷ ପୂର୍ବେ ଜୟପୁରରେ ଯଶ ଦୟାଲଙ୍କୁ ଭେଟିଥିଲେ ଯେତେବେଳେ ସେ ନାବାଳିକା ଥିଲେ । ସେହି ସମୟରେ ୟଶ ଦୟାଲ ଏକ ଆଇପିଏଲ ମ୍ୟାଚ୍ ଖେଳିବାକୁ ଜୟପୁର ଆସିଥିଲେ । ଅଭିଯୋଗ ଅନୁଯାୟୀ, ୟଶ ଦୟାଲ ତାଙ୍କୁ କ୍ରିକେଟରେ କ୍ୟାରିୟର ବିଷୟରେ ଟିପ୍ ଦେବା ବାହାନାରେ ଏକ ହୋଟେଲକୁ ଡାକି ନେଇ ଦୁଷ୍କର୍ମ କରିଥିଲେ । ଝିଅଟି ଅଭିଯୋଗ କରିଛି ଯେ ୟଶ ଦୟାଲ ତାଙ୍କୁ କ୍ୟାରିୟର ଗଢ଼ିବା ବାହାନାରେ ଗତ ଦୁଇ ବର୍ଷ ଧରି ଯୌନ ଶୋଷଣ କରୁଥିଲେ ।
ଏହି ମାମଲାରେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଅଭିଯୋଗ ଅନୁଯାୟୀ, ଆଇପିଏଲ-୨୦୨୫ ମ୍ୟାଚ୍ ସମୟରେ ଜୟପୁର ଆସିଥିବା ୟଶ ଦୟାଲ ପୀଡ଼ିତାଙ୍କୁ ସୀତାପୁରାର ଏକ ହୋଟେଲକୁ ଡକାଇ ପୁଣି ଦୁଷ୍କର୍ମ କରିଥିଲେ । ପୁଲିସ ମୁତାବକ ଝିଅଟି ୧୭ ବର୍ଷୀୟ ନାବାଳିକା ଥିବା ସମୟରେ ପ୍ରଥମ ଥର ଦୁଷ୍କର୍ମ ହୋଇଥିଲା । ପୂର୍ବରୁ ୟୁପିର ଗାଜିଆବାଦର ଜଣେ ଯୁବତୀ ୟଶ ଦୟାଲଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ୟଶ ଦୟାଲଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ଏହି ମାମଲାରେ ୟଶଙ୍କୁ ଆଲ୍ଲାହାବାଦ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/25/yash-dayal-2025-07-25-10-43-12.jpg)