କନକବ୍ୟୁରୋ : ଯମୁନା ନଦୀରେ ଜହର ବୟାନ ପ୍ରସଙ୍ଗରେ ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଜବାବ ରଖିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଗୁରୁବାର ଆପ ମୁଖ୍ୟଙ୍କୁ ଚିଠି ଲେଖି ଶୁକ୍ରବାର ଦିନ ୧୧ଟା ସୁଦ୍ଧା ଜବାବ ରଖିବାକୁ କହିଥିଲେ ଇସି । ନିର୍ଦ୍ଦେଶ ଅନୁସାରେ କେଜ୍ରିୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିସି ମାର୍ଲେନା ଓ ସାଂସଦ ରାଘବ ଚଡ୍ଡାଙ୍କ ସହ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ପହଁଚି ଜବାବ ରଖିଛନ୍ତି  । ତେବେ କେଉଁ ଆଧରରେ ହରିୟାଣା ସରକାରଙ୍କ ଉପରେ ସଂଗୀନ ଅଭିଯୋଗ ଆଣିଛନ୍ତି ବୋଲି ପ୍ରଶ୍ନ କରି ଗତକାଲି ନୋଟିସ ପଠାଇଥିଲେ ଇସି  , ଯାହାକୁ ସମାଲୋଚନା କରିଛନ୍ତି ଆପ ମୁଖ୍ୟ 

Advertisment

ନିର୍ବାଚନ କମିଶନଙ୍କ ପ୍ରଶ୍ନ
-ଦିଲ୍ଲୀ ଜଳ ବୋର୍ଡ କେବେ, କେଉଁ ଅଧିକାରୀଙ୍କ ଦ୍ବାରା ନଦୀ ପାଣି ଯାଂଚ କରିଥିଲେ ?
-ହରିୟାଣା ସରକାର କେଉଁ ଭଳି ବିଷ ମିଶାଇଥିବା ଆପଣଙ୍କ ନିକଟରେ ପ୍ରମାଣ ରହିଛି?
-ବିଷର ମାତ୍ରା, ପ୍ରକୃତି, କେତେ ପରିମାଣ କ୍ଷତିକାର ବୋଲି ପ୍ରମାଣ ରହିଛି?
-ଯମୁନା ନଦୀର କେଉଁ ସ୍ଥାନରୁ ବିଷାକ୍ତ ପାଣି ମିଳିଛି?
-ଜଳବୋର୍ଡ ଅଧିକାରୀ  ନଦୀ ପାଣିରେ ବିଷ ଯେପରି ନ ମିଶେ, ସେନେଇ କି ପଦକ୍ଷେପ ଗ୍ରହଣ କରିଥିଲେ?

ଯମୁନା ନଦୀରେ ଜହର ବୟାନ ପ୍ରସଙ୍ଗରେ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଜବାବ ରଖିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ  ।  ଯମୁନା ନଦୀରେ ବିଷ ମିଶା ଯାଉଥିବା ବୟାନ ଉପରେ ଅଡି ରହିବା   ସହ ଏନେଇ କମିଶନଙ୍କ ନିକଟରେ ତଥ୍ୟ ରଖିଛନ୍ତି ଆପ ମୁଖ୍ୟ  । ଏଥିସହ ହରିୟାଣା ସରକାରଙ୍କ ଉପରେ ପୂର୍ବରୁ ଲଗାଇଥିବା ଅଭିଯୋଗ ଆଦୌ ମିଛ ନୁହେଁ ବଂର ଦିଲ୍ଲୀ ଜଳବୋର୍ଡ ତଥ୍ୟ ଆଧାରରେ ବୋଲି କହିଛନ୍ତି ।। ଅନ୍ୟପଟେ ନୋଟିସ ପଠାଇ ଜବାବ ଦେବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ସମାଲୋଚନା କରିବା ସହ ପ୍ରଶ୍ନ ଉଠାଇଛନ୍ତି ଅରବିନ୍ଦ କେଜ୍ରିୱାଲ 
 ଯମୁନା ନଦୀରେ ଜହର!
 

କେଜ୍ରିୱାଲଙ୍କ ଜବାବ
-ହରିୟାଣା ସରକାର ଓ ଦୁର୍ନୀତିଗ୍ରସ୍ତ ନେତାଙ୍କ ବିରୋଧରେ ଇସି କାହିଁକି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି?
-ସତ ଖୁଲ୍ଲାସା କରିବା ପରେ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କାହିଁକି କରାଯାଉନି?
-କାହିଁକି ମୋ ବିରୋଧରେ ଇସି କଡ଼ା ଆଭିମୁଖ୍ୟ ଆପଣାଇ ନୋଟିସ ପଠାଉଛନ୍ତି?
-ଇସିଙ୍କ ଏଭଳି କାର୍ୟ୍ୟକଳାପ ପକ୍ଷପାତିତା ଦର୍ଶାଉଛି,ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି
-ବିଜେପିର ନିର୍ଦ୍ଦେଶକ୍ରମେ ଆପ ଓ ଏହାର ନେତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି 
-ସମୟ ଥାଉ ଥାଉ ପଦକ୍ଷେପ ଗ୍ରହଣ ନକଲେ ଅନେକଙ୍କ ଜୀବନ ବିପଦରେ ପଡିପାରେ
-ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ଦାବି
--