ଦିଲ୍ଲୀରେ ପ୍ରଳୟ ଆଣିଲା ଯମୁନା ବନ୍ୟା, ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ, ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା

ଦିଲ୍ଲୀର ତଳିଆ ଅଞ୍ଚଳରେ କରାଯାଇଥିବା ରିଲିଫ କ୍ୟାମ୍ପରେ ମଧ୍ୟ ପାଣି ଘେରରେ ରହିଛି । ବର୍ଷା ଲାଗିରହିଥିବାରୁ ଦିଲ୍ଲୀ ପାଇଁ ବନ୍ୟା ସତର୍କତା ଜାରି କରାଯାଇଛି । ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ବର୍ଷା ଲାଗିରହିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଯମୁନା ବଜାର ଏବଂ ଯମୁନା ଖଣ୍ଡର ଅଞ୍ଚଳରେ ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି ।

18

କନକ ବ୍ୟୁରୋ :  ଯମୁନା ନଦୀରେ ବନ୍ୟା ଆସିବାରୁ ଦିଲ୍ଲୀର ଅଧିକାଂଶ ଅଂଚଳ ଜଳମଗ୍ନ ହୋଇଯାଇଛି ।  ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଦିଲ୍ଲୀରେ ବନ୍ୟା ସତର୍କତା ଜାରି କରାଯାଇଛି । ଦିଲ୍ଲୀର ତଳିଆ ଅଞ୍ଚଳରେ କରାଯାଇଥିବା ରିଲିଫ କ୍ୟାମ୍ପରେ ମଧ୍ୟ ପାଣି ଘେରରେ ରହିଛି । ବର୍ଷା ଲାଗିରହିଥିବାରୁ ଦିଲ୍ଲୀ ପାଇଁ ବନ୍ୟା ସତର୍କତା ଜାରି କରାଯାଇଛି । ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ବର୍ଷା ଲାଗିରହିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଯମୁନା ବଜାର ଏବଂ ଯମୁନା ଖଣ୍ଡର ଅଞ୍ଚଳରେ ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି । ଉଦ୍ଧାରକାର୍ଯ୍ୟରେ  ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି । ବ୍ରିଜ ଉପରେ ଗାଡି ଚଳାଚଳ ହେଉଥିବା ବେଳେ ତଳେ ୪ ଫୁଟର ପାଣି ଦେଖିବାକୁ ମିଳିଛି । ଇଲେକ୍ଟି ଖୁଣ୍ଟିର ଅଧା ବୁଡିଯାଇଥିବା ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe