କନକ ବ୍ୟୁରୋ : ଲୋକଙ୍କ ଜୀବନ ସତେ ଯେମିତି ସରକାରଙ୍କ ପାଇଁ ମୂଲ୍ୟହୀନ । ଆମେ ନୁହଁ, ଏହା କହୁଛି କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥ । ଏଠାରେ ଯା’ଆସ ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଯେଉଁଥିପାଇଁ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସିଛି । ଗୋଲେଇ ଛକ ନିର୍ମାଣ ପାଇଁ ଦାବି ହୋଇଛି।ମରଣଯନ୍ତା ପାଲଟିଛି କାମାକ୍ଷାନଗର ଦେଇଯାଇଥିବା ୫୩ ନଂ ଜାତୀୟ ରାଜପଥ। ମାଳପୁରା ଗାଁ ନିକଟ ରାଜପଥ ବାଇପାସର ପ୍ରବେଶ ପଥରେ କୌଣସି ପ୍ରତିବନ୍ଧକ ନାହିଁ । ଯିଏ ଯୁଆଡ଼େ ଆସୁଛି, ଯୁଆଡ଼େ ଯାଉଛି। ଟିକେ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ। ଲୋକ ଯାତୟାତ କରିବାକୁ ଭୟ କରୁଛନ୍ତି। ମାଳପୁରା ଓଭରବ୍ରିଜ୍ ଠାରୁ କାମାକ୍ଷାନଗର ସଂଯୋଗ କରୁଥିବା ରାସ୍ତାରେ ତୁରନ୍ତ ଗୋଲେଇ ଛକ ନିର୍ମାଣ ପାଇଁ ଦାବି ହୋଇଛି। ନଚେତ୍ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗାଁ ଲୋକ ।
ଅଧିକ ପଢ଼ନ୍ତୁ : ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ହୋଟେଲରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ: କନକ ନ୍ୟୁଜ୍ ହାତରେ ଲାଗିଲା ପ୍ରମାଣ
ଏହି ଜାତୀୟ ରାଜପଥ ରାଉରକେଲା, ଯାଜପୁର, ଦେବଗଡ଼, ସମ୍ବଲପୁର, ଅନୁଗୁଳକୁ ସଂଯୋଗ କରୁଛି। ପ୍ରାୟ ୭ରୁ ୮ଟି ଗାଁର ହଜାର ହଜାର ଲୋକ ଏହି ରାସ୍ତା ଦେଇ କାମାକ୍ଷାନଗର ସହରକୁ ଯା’ଆସ କରିଥାନ୍ତି। ରାଜପଥରେ ଦ୍ରୁତଗତିରେ ଗାଡ଼ି ଚଳାଚଳ କରୁଥିବାରୁ ପ୍ରତ୍ୟେକ ଦିନ ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ଆସିଛି। ଅନ୍ୟପଟେ ଏଠାରେ ପୁଲିସର କଟକଣା ସତ୍ତ୍ବେ ଗାଡ଼ି ପାର୍କିଂ କରାଯାଉଛି । ତେଣୁ ରାସ୍ତା ସଙ୍କୁଚିତ ହେଉଛି। ସମସ୍ୟା ସମ୍ପର୍କରେ ଜାତୀୟ ରାଜପଥ ବିଭାଗକୁ ବାରମ୍ବାର ଜଣାଇଥିବା ସତ୍ତ୍ବେ ଏହାର କୌଣସି ସ୍ଥାୟୀ ସମାଧାନ ବାହାରିପାରୁନି। ଜାତୀୟ ରାଜପଥରେ ଦୈନିକ ଧନଜୀବନ ହାନୀ ହେଉଥିବା ବେଳେ ପ୍ରଶାସନ ଏହା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/fgdfgdf-2026-01-22-18-40-15.jpg)