କନକ ବ୍ୟୁରୋ: ଜୟ ଓ ପରାଜୟ କିଭଳି ଜଣେ ପ୍ରଶିକ୍ଷକ ଜୀବନର ଭାଗ୍ୟ ବିଦଳାଇଦିଏ ତାହାର ସଦ୍ୟତମ ଉଦାହରଣ ସାଜିଛନ୍ତି ଜାଭି ଆଲୋଁସୋ । ଜଣେ ପ୍ରତିଷ୍ଠିତ ଫୁଟ୍‌ବଲର୍‌ ଭାବେ ଖୁବ ନାମ କମାଇଥିବା ଆଲୋଁସୋ ମାତ୍ର ୭ ମାସ ଦାୟିତ୍ୱ ନେବା ପରେ ଲା ଲିଗା କ୍ଲବ୍‌ ରିୟଲ୍‌ ମାଡ୍ରିଡ୍‌ର ପ୍ରଶିକ୍ଷକ ତଥା ପ୍ରବଂଧକ ପଦ ଛାଡ଼ିଛନ୍ତି । ସ୍ପାନିସ୍‌ ସୁପର୍‌ କପ୍‌ରେ ବାର୍ସିଲୋନା ନିକଟରୁ ୨-୩ ପରାଜୟ ପରେ କ୍ଲବ୍‌ ସହ ଆପୋଷ ବୁଝାମଣା ଭିତ୍ତିରେ ସେ ପଦ ପରିତ୍ୟାଗ କରିଛନ୍ତି । ଅନ୍ୟ ଏକ ରିପୋର୍ଟରେ କିନ୍ତୁ ଆଲୋଁସୋଙ୍କୁ ବିତାଡ଼ିତ କରାଯାଇଥିବା କୁହଯାାଇଛି ।‘ଭାଜି ଆଲୋଁସୋ ସର୍ବଦା ଆମ ଭଲ ପାଇବା ଓ ସମ୍ମାନର ହକ୍‌ଦାର ରହିଛନ୍ତି । ରିୟଲ୍‌ ମାଡ୍ରିଡ୍‌ ପ୍ରଶଂସକଙ୍କ ପାଇଁ ସେ ଜଣେ ମହାନ କିଂବଦନ୍ତି ଏବଂ ସେ କ୍ଲବ୍‌ର ସର୍ବକାଳୀନ ପ୍ରତିନିଧିତ୍ବ କରିଛନ୍ତି । ରିୟଲ୍‌ ମାଡ୍ରିଡ୍‌ ତାଙ୍କ ପାଇଁ ସବୁବେଳେ ଘର ଭଳି ହୋଇ ରହିଛି’ ବୋଲି କ୍ଲବ୍‌ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଆଲୋଁସୋଙ୍କ ନିଯୁକ୍ତି ପରେ ତାଙ୍କୁ ନେଇ କ୍ଲବ୍‌ ଦୀର୍ଘମିଆଦି ଯୋଜନାରେ ରହିଥିଲେ ମଧ୍ୟ ‌ଧୈର୍ଯ୍ୟହରା ହୋଇ ଏଭଳି ନିଷ୍ପତ୍ତି‌ ନେଇଛି‌ ବୋଲି ପ୍ରଶଂସକମାନେ କହିବା ଆରମ୍ଭ କରିଛନ୍ତି । 

Advertisment

ଏହା ବି ପଢ଼ନ୍ତୁ: ଅସ୍ମିତା ଭାରୋତ୍ତୋଳନ ଲିଗ୍‌: ମୌସୁମୀଙ୍କୁ ୨ ସ୍ୱର୍ଣ୍ଣ; ଓଡ଼ିଶା କନିଷ୍ଠ, ବରିଷ୍ଠ ଦଳ ଉପବିଜେତା

ଏଥି ସହିତ କ୍ଲବ୍‌ ପୂର୍ବତନ ଡିଫେଣ୍ଡର୍‌ ଆଲଭାରୋ ଆର୍ବେଲୋଆଙ୍କୁ ଆଲୋଁସୋଙ୍କୁ ନୂଆ ପ୍ରବଂଧକ ନିଯୁକ୍ତ କରିଛି । ରିୟଲ୍‌ ମାଡ୍ରିଡ୍‌ର ଅନ୍ୟତମ ସଫଳ ସମୟରେ ଆଲ‌ଭାରୋ ଖେଳିଥିଲେ । ୨୦୦୯ରୁ ୨୦୧୬ ମସିହା ମଧ୍ୟରେ ସେ ୨୩୮ ମ୍ୟାଚ୍‌ ଖେଳି ୨ ଥର ଚାମ୍ପିଅନ୍ସ ଲିଗ୍‌ ସହିତ ମୋଟ ୮ ଟାଇଟଲ୍‌ ଜିତିଥିଲେ । ମୋଟ ୫୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଆଲଭାରୋ ମଧ୍ୟ ସ୍ପେନ୍‌ର ୨୦୧୦ ବିଶ୍ୱକପ୍‌ ବିଜୟ ଏବଂ ଦୁଇ ଥର ୟୁରୋପିଆନ୍‌ ଲିଗ୍‌ରେ ଖେଳିଥିଲେ ।