କନକ ବ୍ୟୁରୋ : ସାଂପ୍ରତିକ ସ୍ଥିତିକୁ ଆଧାର କରି ସୃଜନଶୀଳତା ତଥା ଲେଖନୀ ମାଧ୍ୟମରେ ସମାଜରେ ବିପ୍ଳବ ସୃଷ୍ଟି କରିବା, ବୁଦ୍ଧିଜୀବୀ ଓ ଯୁବବର୍ଗଙ୍କୁ ପ୍ରଭାବିତ କରିବା, ଏବଂ ସମାଜର ଶ୍ରେଷ୍ଠ ହିତ ସାଧନ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଅତୁଳନୀୟ ଅବଦାନ ନିମନ୍ତେ, ବିଶିଷ୍ଟ ଯୁବ ଲେଖକ ତଥା ସ୍ତମ୍ଭକାର ରାକେଶ ପଣ୍ଡାଙ୍କୁ ‘ସଂସ୍କୃତି ସେବା ସମ୍ମାନ-୨୦୨୫’ ରେ ସମ୍ମାନିତ କରାଯାଇଛି । କଳାଭୂମି ଅନୁଷ୍ଠାନ ତରଫରୁ ଗୁରୁବାର ପଟିଆ, ଭୁବନେଶ୍ବର ଠାରେ ‘ମହା ବିଷୁବ ସଂକ୍ରାନ୍ତି ଉତ୍ସବ’ ର ଉଦଯାପନୀ କାର୍ଯ୍ୟକ୍ରମରେ ଲେଖକ ବର୍ଗରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ  ବିଧାୟକ, ଭୁବନେଶ୍ବର (ଉତ୍ତର), ଶ୍ରୀ ସୁଶାନ୍ତ କୁମାର ରାଉତ, 'ସାଫୋ' ର ରାଜ୍ୟ ସଭାପତି, ଶ୍ରୀ ନାରାୟଣ ଚନ୍ଦ୍ର ଓଝା, କଳାଭୂମି, ଓଡିଶାର ଅଧ୍ୟକ୍ଷ, ଶ୍ରୀ ପ୍ରମୋଦ କୁମାର ପତିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।