କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ୪ବର୍ଷ ନିଲମ୍ବିତ ; ଆଣ୍ଟି ଡୋପିଂ ଟେଷ୍ଟ ପାଇଁ ମନାକରିବାରୁ କଡା କାର୍ଯ୍ୟାନୁଷ୍ଠାନ

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ୪ବର୍ଷ ନିଲମ୍ବିତ । ପରୀକ୍ଷା ପାଇଁ ନମୂନା ଦେବାକୁ ମନା କରିବାରୁ କଠୋର କାର୍ଯ୍ୟାନୁଷ୍ଠାନ ନେଲା ନାଡା । ପୂର୍ବରୁ ଏପ୍ରିଲ ୨୩ରେ ବି କରାଯାଇଥିଲା ନିଲମ୍ବନ ।

15aaaaaaa

କନକ ବ୍ୟୁରୋ: କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ୪ ବର୍ଷ ନିଲମ୍ବିତ । ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି । ମାର୍ଚ୍ଚ ୧୦ ତାରିଖରେ ଜାତୀୟ ଦଳ ପାଇଁ ହୋଇଥିବା ଚୟନ ବେଳେ ବଜରଙ୍ଗ ପରୀକ୍ଷା ପାଇଁ ନମୁନା ଦେବାକୁ ମନା କରିଥିଲେ । ଫଳରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି । 

ପ୍ରଥମେ ନାଡା ଏପ୍ରିଲ ୨୩ ତାରିଖରେ ତାଙ୍କୁ ନିଲମ୍ବନ କରିଥିଲା । ପରେ ବିଶ୍ୱ କୁସ୍ତି ସଂଗଠନ ମଧ୍ୟ ତାଙ୍କୁ ନିଲମ୍ବନ କଲା। ବଜରଙ୍ଗ ଏହା ବିରୋଧରେ ଅପିଲ କରିବାକୁ ନାଡା ଶୃଙ୍ଖଳା କମିଟି ମେ ୩୧ ତାରିଖରେ ନିଲମ୍ବନ ପ୍ରତ୍ୟାହାର କରିଥିଲେ। ପରେ ନାଡା ଜୁନ୍ ୨୩ ତାରିଖରେ ବଜରଙ୍ଗଙ୍କୁ ଦୋଷୀ ଦର୍ଶାଇ ନୋଟିସ୍ କରିଥିଲା। ହେଲେ ବଜରଙ୍ଗ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଏକାଧିକ ଥର ଶୁଣାଣି ହେବା ପରେ ତାଙ୍କୁ ୪ ବର୍ଷ ନିଲମ୍ବନ କରାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe