ମୁମ୍ବାଇ ଇଣ୍ଡିଆନ୍ସ ୫୦ ରନ୍‌ରେ ଜିତିଲା

Advertisment

ଡବ୍‌ଲ୍ୟୁପିଏଲ୍‌ର ତୃତୀୟ ମ୍ୟାଚ୍‌ରେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିଜୟଧାରାକୁ ଫେରିଛି । ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆର୍‌ସିବି ନିକଟରୁ ଅପ୍ରତ୍ୟାଶିତ ଭାବେ ହାରିଯାଇଥିବା ମୁମ୍ବାଇ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରିଛି ।

ଡବ୍‌ଲ୍ୟୁପିଏଲ୍‌ର ତୃତୀୟ ମ୍ୟାଚ୍‌ରେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିଜୟଧାରାକୁ ଫେରିଛି । ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆର୍‌ସିବି ନିକଟରୁ ଅପ୍ରତ୍ୟାଶିତ ଭାବେ ହାରିଯାଇଥିବା ମୁମ୍ବାଇ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରିଛି ।

Mumbai Indians

କନକ ବ୍ୟୁରୋ: ଡବ୍‌ଲ୍ୟୁପିଏଲ୍‌ର ତୃତୀୟ ମ୍ୟାଚ୍‌ରେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିଜୟଧାରାକୁ ଫେରିଛି । ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆର୍‌ସିବି ନିକଟରୁ ଅପ୍ରତ୍ୟାଶିତ ଭାବେ ହାରିଯାଇଥିବା ମୁମ୍ବାଇ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରିଛି ।

କନକ ବ୍ୟୁରୋ: ଚଳିତ ଡବ୍‌ଲ୍ୟୁପିଏଲ୍‌ର ତୃତୀୟ ମ୍ୟାଚ୍‌ରେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିଜୟଧାରାକୁ ଫେରିଛି। ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆର୍‌ସିବି ନିକଟରୁ ଅପ୍ରତ୍ୟାଶିତ ଭାବେ ହାରିଯାଇଥିବା ମୁମ୍ବାଇ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରିଛି।

ନାଟ୍‌ ଶିଭର ବ୍ରଣ୍ଟ୍‌ (୪୬ ବଲ୍‌ରୁ ୭୦ ରନ୍) ଏବଂ ହର୍ମନପ୍ରୀତ୍ କୌର୍ (୪୨ ବଲ୍‌ରୁ ୭୪* ରନ୍)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଥିଲା। ନନ୍ଦାନି ଶର୍ମା ୨, ଶ୍ରୀଚରଣୀ ଓ ଚିନେଲ ହେନରି ୧-୧ ୱିକେଟ୍‌ ନେଇଥିଲେ। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା। ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର୍‌ ଚିନେଲ୍‌ ‌ହେନରି ଲଢ଼ୁଆ ଅର୍ଦ୍ଧଶତକ (୩୩ ବଲ୍‌ରୁ ୫୬ ରନ୍) ହାସଲ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ନିକୋଲ୍ କ୍ୟାରି, ଆମେଲିଆ କେର୍‌ ୩-୩ ଏବଂ ନାଟ ଶିଭର୍ ବ୍ରଣ୍ଟ୍‌ ୨ ୱିକେଟ୍‌ ନେଇଥିଲେ। ହର୍ମନପ୍ରୀତ୍‌ କୌର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe