କନକ ବ୍ୟୁରୋ: ଚଳିତ ଡବ୍ଲ୍ୟୁପିଏଲ୍ର ଦ୍ୱିତୀୟ ମ୍ୟାଚ୍ରେ ରନ୍ ବର୍ଷା ଦେଖିବାକୁ ମିଳିଛି । ଗୁଜରାଟ ଜାଏଣ୍ଟ୍ସ ଓ ୟୁପି ୱାରିୟର୍ଜ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ର ୪୦ ଓଭରରୁ ମୋଟ ୪୦୪ ରନ୍ ସଂଗ୍ରହ ହୋଇଥିଲା । କଡ଼ା ସଂଘର୍ଷ କରିବା ସତ୍ତ୍ବେ ୟୁପି ୱାରିୟର୍ଜ ୧୦ ରନ୍ରେ ହାରିଯାଇଛି । ଆସଲେ ଗାର୍ଡନର୍ (୪୧ ବଲ୍ରୁ ୬୫ ରନ୍), ଅନୁଷ୍କା ଶର୍ମା (୩୦ ବଲ୍ରୁ ୪୪ ରନ୍) ଏବଂ ସୋଫି ଡିଭାଇନ୍ (୨୦ ବଲ୍ରୁ ୩୮ ରନ୍)ଙ୍କ ଦ୍ରୁତ ପାଳି ବଳରେ ଗୁଜରାଟ୍ ୪ ୱିକେଟ୍ ବିନିମୟରେ ୨୦୭ ରନ୍ କରିଥିଲା। ଫୋବ୍ ଲିଚ୍ଫିଲ୍ଡ (୪୦ ବଲ୍ରୁ ୭୮ ରନ୍)ଙ୍କ ଧୂଆଁଧାର ଅର୍ଦ୍ଧଶତକ ସତ୍ତ୍ବେ ୟୁପି ୧୯୭/୮ରେ ଅଟକିଯାଇଥିଲା। ଗୁଜରାଟ ବିଜୟରେ ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବା ଜର୍ଜିଆ ୱାରହାମ୍ (୧୦ ବଲ୍ରୁ ୨୭* ରନ୍ ଏବଂ ୪-୦-୩୦-୨) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଏହି ମୁକାବିଲାରେ ୟୁପି ୱାରିୟର୍ସକୁ ଜିତିବା ପାଇଁ ୨୦୮ ରନର ଲକ୍ଷ୍ୟ ମିଳିଥିଲା, କିନ୍ତୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୯୭ ରନ୍ କରିବାକୁ ସକ୍ଷମ ହୋଇଥିଲା ଦଳ । ଗୁଜରାଟ ଜାଏଣ୍ଟସ୍ ଏବଂ ୟୁପି ୱାରିୟର୍ସ ଉଭୟ ଏପର୍ଯ୍ୟନ୍ତ ଡବ୍ଲ୍ୟୁପିଏଲ୍ (WPL) ଟାଇଟଲ ଜିତିନାହାନ୍ତି । ଏହି ସିଜନରେ ଉଭୟ ଦଳ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛନ୍ତି ।
ବିଶାଳ ଟାର୍ଗେଟ୍ ପିଛା କରୁଥିବା ବେଳେ ୟୁପି ୱାରିୟର୍ସ ପକ୍ଷରୁ ଓପନର୍ ଫୋଏବେ ଲିଚଫିଲ୍ଡ ୪୦ଟି ବଲ୍ରୁ ୭୮ ରନର ଏକ ଚମତ୍କାର ପାଳି ଖେଳିଥିଲେ, ଯେଉଁଥିରେ ୮ଟି ଚୌକା ଓ ୫ଟି ଛକା ସାମିଲ ଥିଲା । ସେହିପରି ଅଧିନାୟକ ମେଗ୍ ଲାନିଂ ୫ଟି ଚୌକା ସହାୟତାରେ ୨୭ଟି ବଲ୍ରୁ ୩୦ ରନର ଯୋଗଦାନ ଦେଇଥିଲେ । ଆଶା ଶୋଭନା (ଅପରାଜିତ ୨୭ ରନ୍) ଏବଂ ୱିକେଟ୍ କିପର ବ୍ୟାଟର ଶ୍ୱେତା ସେହରାୱତ (୨୫ ରନ୍) ମଧ୍ୟ ଉପଯୋଗୀ ପାଳି ଖେଳିଥିଲେ । ଗୁଜରାଟ ଜାଏଣ୍ଟସ୍ ପକ୍ଷରୁ ଜର୍ଜିଆ ୱେୟାରହାମ, ସୋଫି ଡିଭାଇନ୍ ଏବଂ ରେଣୁକା ସିଂ ଠାକୁର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଗୁଜରାଟ ଜାଏଣ୍ଟସ୍ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ବିନିମୟରେ ୨୦୭ ରନ୍ କରିଥିଲା। ଗୁଜରାଟର ଆରମ୍ଭ ବହୁତ ଭଲ ରହିଥିଲା। ବେଥ୍ ମୁନି ଏବଂ ସୋଫି ଡିଭାଇନ୍ ମିଶି ୪.୨ ଓଭରରେ ୪୧ ରନର ପାର୍ଟନରସିପ୍ କରିଥିଲେ । ମୁନି (୧୩ ରନ୍)ଙ୍କୁ ଇଂଲଣ୍ଡର ସ୍ପିନର୍ ସୋଫି ଏକ୍ଲେଷ୍ଟୋନ୍ ବୋଲ୍ଡ କରିଥିଲେ । ଅନ୍ୟପକ୍ଷରେ ଡିଭାଇନ୍ଙ୍କୁ ଶିଖା ପାଣ୍ଡେ କ୍ୟାଚ୍ ଆଉଟ୍ କରିଥିଲେ । ଡିଭାଇନ୍ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୨୦ଟି ବଲ୍ରୁ ୩୮ ରନ୍ କରିଥିଲେ । ଏଠାରୁ ଅନୁଷ୍କା ଶର୍ମା ଏବଂ ଏଶ୍ଲେ ଗାର୍ଡନର ମିଶି ୧୦୩ ରନର ଭାଗିଦାରୀ କରି ଗୁଜରାଟକୁ ଏକ ବଡ଼ ସ୍କୋରରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ ।
ଅନୁଷ୍କା ଶର୍ମା ୭ଟି ଚୌକା ସହାୟତାରେ ୩୦ଟି ବଲ୍ରୁ ୪୪ ରନ୍ କରିଥିଲେ । ସେହିପରି ଅଧିନାୟକ ଏଶ୍ଲେ ଗାର୍ଡନର ୪୧ଟି ବଲ୍ରୁ ୬୫ ରନ୍ କରିଥିଲେ, ଯେଉଁଥିରେ ୬ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଜର୍ଜିଆ ୱେୟାରହାମ (ଅପରାଜିତ ୨୭ ରନ୍) ଏବଂ ଭାରତୀ ଫୁଲମାଲି (ଅପରାଜିତ ୧୪ ରନ୍) ମଧ୍ୟ ବ୍ୟାଟ୍ରେ କିଛି ବଡ଼ ସଟ୍ ଖେଳିଥିଲେ । ୟୁପି ୱାରିୟର୍ସ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ୍ ସର୍ବାଧିକ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/10/up-vs-gg-2026-01-10-20-28-43.jpeg)