କନକ ବ୍ୟୁରୋ: ନାରୀ ଶକ୍ତି ହିଁ ସର୍ବଶକ୍ତି... ସେ ହିଁ ସକଳ ଶକ୍ତିର ଆଧାର... ମାତୃ ଶକ୍ତି ବିନା ପୃଥିବୀର ପରିକଳ୍ପନା ଅସମ୍ଭବ... ଆଉ ଏହାକୁ ସମ୍ମାନ ଦେଇ ଚାଲିଛି କନ୍ୟା ପୂଜନ।
ନବରଙ୍ଗପୁର ଉମରକୋଟର ବନ ଦୁର୍ଗା ଶକ୍ତି ପୀଠ ହେଉ କି ସୁନ୍ଦରଗଡ ପୋଷ୍ଟଅଫିସ ଛକ ଦୁର୍ଗା ପୂଜା ମଣ୍ଡପ, ସବୁଠି ରୀତିନୀତିରେ ଅନୁଷ୍ଠିତ ହେଉଛି କୁମାରୀ ପୂଜନ। କୁଆଁରୀ କନ୍ୟାଙ୍କୁ ପୂଜା କରି ତାଙ୍କ ଆର୍ଶୀବାଦ ନେଉଛନ୍ତି ଭକ୍ତ । ଖାଲି କୁମାରୀ ପୂଜନ ନୁହେଁ, ବାଲେଶ୍ବରରେ ମଧ୍ୟ ଚାଲିଛି ନବ ମାତୃକା ପୂଜା ।
ବର୍ଣ୍ଣାଢ଼୍ୟ ପରିବେଶରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୯ ଜଣ ମାଆଙ୍କୁ ପୂଜା କରାଯାଉଛି। ସେମାନଙ୍କ ପାଦ ଧୋଇ, ଫୁଲ ବସ୍ତ୍ର ଓ ସେବା ପ୍ରଦାନ କରି ସମାଜକୁ ଦିଆଯାଉଛି ବାର୍ତ୍ତା । ମା ଗୋଟେ ଦିନ ନୁହେଁ ସବୁଦିନେ ପୂଜ୍ୟ । ନବରାତ୍ର ସମୟରେ ଜଗତଜନନୀ ମା’ ଦୁର୍ଗାଙ୍କୁ ୯ଟି ରୂପରେ ପୂଜା କରାଯାଏ । ନବମୀ ଦିନ ମା’ ଦୁର୍ଗାଙ୍କୁ କନ୍ୟା ରୂପେ ସମ୍ମାନ ଓ ପୂଜା କରାଯାଇ ପାଳିତ ହୁଏ କନ୍ୟା ପୂଜନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/01/durgapuja-2025-10-01-18-56-21.jpg)