କନକ ବ୍ୟୁରୋ : ଆଜି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ୍ୟ ଅଷ୍ଟମୀ ତିଥି । ପବିତ୍ର ଗୋପାଷ୍ଟମୀ-ରେ ଗାଁ ଗାଁରେ ଗୋ-ପୂଜନରେ ଉତ୍ସବ ଅନୁଷ୍ଠିତ ହେଉଛି । ପ୍ରତି ଗାଁ ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । କାକଟପୁର ବ୍ଲକ ରେ ଥିବା ଶ୍ରୀରାମପୁର ଗାଁ ଦାଣ୍ଡ ରେ ଚିତା ପକାଇ ମାଆ ମାନେ ଗୋମାତାକୁ ପୂଜା କରିଛନ୍ତି ।
ଗୋମାତାକୁ ସୁସଜ୍ଜିତ କରି ଧୂପ ଦ୍ବୀପ ରେ ବନ୍ଦାପନା କରିବାସହ ଗୋମାତା ପାଦ ଧୋଇ ମୁଣ୍ଡିଆ ମାରିଛନ୍ତି ମହିଳା ମାନେ । ଏହି ଉତ୍ସବ ପାଳନ ବେଳେ ଗାଁ ଦାଣ୍ଡ ରେ ଭଂଜନ କିର୍ତନ, ନାଚ ଗୀତ ରେ କମ୍ପି ଉଠିଥିଲା । ଶହ ଶହ ପୁରୁଷ ମହିଳା ମାନେ ଏକାଠି ହୋଇ ହଜି ହଜି ଯାଉଥିବା ଗୋ ମାତା ପୂଜନ ଉତ୍ସବ କୁ ପୁଣି ଉଜ୍ଜୀବିତ କରି ଏକ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି ଶ୍ରୀରାମପୁର ଗ୍ରାମବାସୀ ।