କନକ ବ୍ୟୁରୋ : ଭାରତରେ ବେକାରୀ ହାର ବୃଦ୍ଧି ପାଇଛି । ଗତ ସେପ୍ଟେମ୍ବର ମାସରେ ଦେଶର ବେକାରୀ ହାର ୫ ଦଶମିକ ୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଅଗଷ୍ଟ ମାସରେ ୫ ଦଶମିକ ୧ ପ୍ରତିଶତ ଥିଲା । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବେକାରୀ ହାର ବୃଦ୍ଧି ପାଇଛି । ଗ୍ରାମାଞ୍ଚଳରେ ଗତ ଅଗଷ୍ଟ ମାସରେ ବେକାରୀ ହାର ଥିଲା ୪ ଦଶମିକ ୩ ପ୍ରତିଶତ ଥିଲା । ସେପ୍ଟେମ୍ବର ମାସରେ ଏହା ୪ ଦଶମିକ ୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହପରି ଅଗଷ୍ଟ ମାସରେ ସହରାଞ୍ଚଳରେ ବେକାରୀ ହାର ଥିଲା ୬ ଦଶମିକ ୭ ପ୍ରତିଶତ ଥିଲା । ସେପ୍ଟେମ୍ବର ମାସରେ ଏହା ୬ ଦଶମିକ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ସହରାଞ୍ଚଳ ମହିଳାମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ସହରାଞ୍ଚଳରେ ମହିଳାଙ୍କ ବେକାରୀ ହାର ଅଗଷ୍ଟ ମାସରେ ୮ ଦଶମିକ ୯ ପ୍ରତିଶତ ଥିଲା। ସେପ୍ଟେମ୍ବର ମାସରେ ଏହା ୯ ଦଶମିକ ୩ ପ୍ରତିଶତକୁ ବୃଦ୍ଧି ପାଇଛି । ସହରାଞ୍ଚଳରେ ଏହି ସମୟରେ ପୁରୁଷଙ୍କ ବେକାରୀ ହାର ୫ ଦଶମିକ ୯ ପ୍ରତିଶତରୁ ୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ସମୟରେ ଗ୍ରାମାଞ୍ଚଳ ପୁରଷଙ୍କ ବେକାରୀ ହାର ମଧ୍ୟ ବଢ଼ିଛି । ପରିସଂଖ୍ୟାନ ମନ୍ତ୍ରାଳୟର ସଦ୍ୟତମ ଆକଳନ ଅନୁଯାୟୀ କେବଳ ଶ୍ରମଶକ୍ତି ଅଂଶଗ୍ରହଣ ହାର ସାମାନ୍ୟ ବଢ଼ି ୫୫ ପ୍ରତିଶତରୁ ହୋଇଛି ୫୫ ଦଶମିକ ୩ ପ୍ରତିଶତ ।
ବେକାରୀ ହାର ବୃଦ୍ଧି
ଭାରତରେ ବେକାରୀ ହାର ବୃଦ୍ଧି
ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ବେକାରୀ ବୃଦ୍ଧି
ଅଗଷ୍ଟ ମାସରେ ବେକାରୀ ହାର ଥିଲା ୫. ୧ %
ସେପ୍ଟେମ୍ବରରେ ୫. ୨%କୁ ବୃଦ୍ଧି ପାଇଛି
ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବେକାରୀ ବୃଦ୍ଧି
ଅଧିକ ପ୍ରଭାବିତ ହୋଇଛନ୍ତି ସହରାଞ୍ଚଳ ମହିଳା
ପରିସଂଖ୍ୟାନ ମନ୍ତ୍ରାଳୟର ସଦ୍ୟତମ ଆକଳନ