ନକବ୍ୟୁରୋ : ସବୁବେଳେ ଗ୍ୟାସରେ ରୋଷେଇ କରିବା ଫଳରେ ଗ୍ୟାସର ଚୁଲା ବା Gas Burner କଳା ପଡ଼ିଯାଇଥାଏ । ଏହାକୁ ସଫା କରିବାକୁ ମାର୍କେଟରେ ମିଳୁଥିବା ମହଙ୍ଗା ପ୍ରଡକ୍ଟର ଆବଶ୍ୟକତା ପଡିଥାଏ । କିନ୍ତୁ ସବୁ ସମୟରେ ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିବା ସମସ୍ତଙ୍କ ପାଇଁ ସମ୍ଭ ବ ହୁଏ ନାହିଁ , ସେ ଘରୋଇ ହେଉ କି ହୋଟେଲ ସବୁଠି ଗ୍ୟାସ୍ ରେ ରୋଷେଇ ପରେ ସମସ୍ୟା ଦେଖାଯାଏ ସଫା କରିବା ନେଇ କାରଣ ଆମେ ରୋଷେଇ କରିବା ପରେ ସାଧାରଣ ଭାବରେ ଗୃହିଣୀ ମାନଙ୍କ ଚିନ୍ତା ବଢିଯାଏ ସଫା କରିବା ନେଇ .... 

Advertisment

ଅଧିକ ପଢନ୍ତୁ.... ଏହି ସମୟରେ ଚୋବାଇ ଖାଆନ୍ତୁ ୨ଟି ଲବଙ୍ଗ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବୁ ଯାହା ଆପଣଙ୍କୁ ସାହାର୍ଯ୍ୟ କରିବ ଗ୍ୟାସ୍ କୁ ସଫା ରଖିବାରେ .... 

ମହଙ୍ଗା ଜିନିଷ ପରିବର୍ତ୍ତେ ଘରୋଇ  ଉପଚାର ମାଧ୍ୟମରେ କମ୍ ଖର୍ଚ୍ଚରେ ଏବଂ ସହଜରେ ଆପଣ ଏହାକୁ  ସଫା କରିପାରିବେ। ଏହି ଉପଚାର ମାଧ୍ୟମରେ ଆପଣଙ୍କ କଳା ପଡିଯାଇଥିବା ଗ୍ୟାସର ଚୁଲା ପୁରା ନୂଆ ଦିଶିବ। ଗ୍ୟାସ୍ ବର୍ନରରେ ଥିବା ଛୋଟ କଣାଗୁଡ଼ିକ ପ୍ରାୟତଃ ତେଲ, ମସଲା ଏବଂ ଧୂଳିରେ ଭର୍ତ୍ତି ହୋଇଯାଏ । ଏହା ଗ୍ୟାସ୍‌କୁ ଖରାପ କରିବା ସହ ନିଆଁ ଆଞ୍ଚକୁ କମ କରେ ଏବଂ ରୋଷେଇ ସମୟ ବୃଦ୍ଧି କରେ ।  

ଏହା ସହିତ ଗ୍ୟାସ୍ ଅପଚୟ ମଧ୍ୟ ହୋଇଥାଏ । ଯଦି ମଇଳା ହୋଇଯାଇଥିବା ଗ୍ୟାସ୍ ଚୁଲାକୁ ସଫା କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡୁଛି ତେବେ ଏହି ସହଜ ଘରୋଇ ଉପଚାର କରି ନିଜର ସମସ୍ୟା ଦୂର କରନ୍ତୁ।  କାରଣ ଏହି ଟିପ୍ସ ଦ୍ବାରା ମାତ୍ର କିଛି ମିନିଟ୍ ମଧ୍ୟରେ ଆପଣଙ୍କର ଗ୍ୟାସ ଚୁଲା ସଫା  ହେବା ସହ ଚକ୍ ଚକ୍ ଦିଶିବ।  ଆଉ ଆପଣ ବି କମ୍ ସମୟ ମଧ୍ୟରେ ଚିନ୍ତା ମୁକ୍ତ ହୋଇଯିବେ ।

ପ୍ରଥମେ ଦୁଇ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ଲେମ୍ବୁ ରସ ନଚେତ୍ ଭିନେଗାର ମିଶାଇ ଆଣ୍ଟାସିଡ୍ ପାଉଡର ନଚେତ୍ ଇନୋ ପାଉଡର ଆଣନ୍ତୁ  ।
ଗ୍ୟାସ୍ ଚୁଲାକୁ ସଫା କରିବା ପାଇଁ, ପ୍ରଥମେ ଏକ ପାତ୍ରରେ ଦୁଇ ଗ୍ଲାସ ଉଷୁମ ପାଣି ଢାଳନ୍ତୁ। ଏହା ପରେ ଏଥିରେ ଲେମ୍ବୁ ରସ କିମ୍ବା ଧଳା ଭିନେଗାର ମିଶାନ୍ତୁ । କାରଣ ଲେମ୍ବୁ ବା ଭିନେଗାର ଉଭୟ ତେଲ ଲାଗି କଳା ହୋଇଯାଇଥିବା ଦାଗ ଛଡ଼ାଇବାରେ ସାହାଯ୍ୟ କରେ। ଲେମ୍ବୁ ବା ଭିନେଗାର ଉଷୁମ ପାଣିରେ ପକାଇ ସାରିବା ପରେ ସଫଳ କରିବାକୁ ଥିବା ବର୍ନର ସବୁକୁ ସେଥିରେ ପକାନ୍ତୁ।

ତା'ପରେ ଇନୋ ପାଉଡରକୁ ବର୍ନର ଉପରେ ଛିଞ୍ଚନ୍ତୁ ଏବଂ ଏହାକୁ ୫ମିନିଟ୍ ପାଇଁ ରଖନ୍ତୁ । ପାଞ୍ଚ ମିନିଟ୍ ପରେ, ବର୍ନରକୁ ବାହାର କରି ଏକ ନରମ ବ୍ରଶ୍ ସାହାଯ୍ୟରେ ଘଷି ଦିଅନ୍ତୁ। ଆପଣ ଦେଖିବେ ଯେ ମଇଳା ଆପେ ଆପେ ଛାଡ଼ିବା ଆରମ୍ଭ କରିବ। ଇନୋ ପାଉଡରରେ ମୁଖ୍ୟତଃ ସୋଡିୟମ୍ ବାଇକାର୍ବୋନେଟ୍ (ବେକିଙ୍ଗ ସୋଡା ଭାବରେ ମଧ୍ୟ ଜଣାଶୁଣା) ଏବଂ ସାଇଟ୍ରିକ୍ ଏସିଡ୍ ଥାଏ। ଲେମ୍ବୁ ରସ କିମ୍ବା ଭିନେଗାର ଏବଂ ଉଷୁମ ପାଣି ସହିତ ଏହାକୁ ମିଶ୍ରଣ କଲେ, ଏହା ଦ୍ରୁତ ଗତିରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଉତ୍ପାଦନ କରେ, ଯାହଳ ଗ୍ୟାସ୍ ସଫା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଏଭଳି ଉପାୟରେ ଆପଣ ଗ୍ୟାସ୍ ଚୁଲ୍ଲା କୁ ସଫା କରନ୍ତୁ