କନକ ବ୍ୟୁରୋ: ବିଶ୍ବର ଧନୀ ତାଲିକାରେ ସାମିଲ ହେଲେ ଦୁଇ ଭାରତୀୟ । ନିକଟରେ ପ୍ରକାଶ ପାଇଁ ବ୍ଲୁମବର୍ଗ ବିଲେନେୟର ଇଣ୍ଡେକ୍ସ ତାଲିକା । ଏଥିରେ ବିଶ୍ବର ଟପ୍ 20 ଜଣ ଧନୀ ବ୍ୟକ୍ତିଙ୍କ ନାଁ ରହିଛି । ରିପୋର୍ଟ ଅନୁସାରେ ଏଥିରେ ପ୍ରଥମ ସ୍ଥାନରେ ରହିଛନ୍ତି ସ୍ପେସ୍ ଏକ୍ସ ମାଲିକ ଏଲନ ମସ୍କ । ତାଙ୍କ ପଛରୁ ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ, ଅଲିବାବା ଇକମର୍ସ ମାଲିକ ଜେଫ୍ ବେଜୋସ ରହିଛନ୍ତି ।
ଏହି ତାଲିକାରେ ଦୁଇ ଭାରତୀୟ ବ୍ୟବସାୟୀ ମୁକେଶ ଆମ୍ବାନୀ ଓ ଗୌତମ ଆଦାନୀ ମଧ୍ୟ ସାମିଲ ହୋଇଛନ୍ତି । 99 ଦଶମିକ 5 ବିଲିୟନ ସମ୍ପତ୍ତି ସହ ଏହି ତାଲିକାରେ 18 ତମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଜିଓର ମାଲିକ ମୁକେଶ ଆମ୍ବାନୀ । ତାଙ୍କ ପଛକୁ 79 ଦଶମିକ 7 ବିଲିୟନ ଡଲାରର ସମ୍ପତ୍ତି ସହ 20 ତମ ସ୍ଥାନରେ ରହିଛନ୍ତି ଆଦାନୀ ଗ୍ରୁପର ମାଲିକ ଗୌତମ ଆଦାନୀ । ତେବେ ତାଲିକାରେ ଶୀର୍ଷରେ ଥିବା ଏଲନ ମସ୍କଙ୍କ ସମ୍ପତ୍ତି 378 ବିଲିୟନ ଡଲାର ରହିଛି ।