କନକ ବ୍ୟୁରୋ: ବିଶ୍ବର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ  । ୧୧୬ ବର୍ଷରେ ଜାପାନୀ ମହିଳା ଟୋମିକୋ ଇତୁକାଙ୍କ ମୃତ୍ୟୁ ହୋଇଛି। ଗିନିସ୍ ୱାଲ୍ଡ ରେକର୍ଡ ଦ୍ବାରା ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତି ଘୋଷିତ ହୋଇଥିଲେ  । ପ୍ରଥମ ବିଶ୍ବଯୁଦ୍ଧର ୬ ବର୍ଷ ପୂର୍ବରୁ ଇତୁକା ମେ’ ୧୯୦୮ରେ ଜନ୍ମଗ୍ରହଣ କରିଥିଲେ। ସେପ୍ଟେମ୍ବର ୨୦୨୪ ଗିନିସ୍ ୱାଲ୍ଡ ରେକର୍ଡ ପକ୍ଷରୁ ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ପ୍ରମାଣପତ୍ର ଦିଆଯାଇଥିଲା । ଇତୁକା ତାଙ୍କ ଜୀବନକାଳରେ ଦ୍ବିତୀୟ ବିଶ୍ବଯୁଦ୍ଧ, ମହାମାରୀ ସହ ଅନେକ ଘଟଣା ଦେଖିଛନ୍ତି । ୨୦୨୪ ଅଗଷ୍ଟରେ ସ୍ପେନ୍‌ର ମାରିଆ ବ୍ରାନ୍ୟାସ ମୋରେରାଙ୍କର ୧୧୭ ବର୍ଷ ବୟସରେ ପରଲୋକ ହୋଇଥିଲା । ଏହା ପରେ ଇତୁକାଙ୍କୁ ବିଶ୍ବର ସବୁଠୁ ବୟସ୍କ ମହିଳା ଭାବେ ଗଣାଯାଉଥିଲା ।