କନକ ବ୍ୟୁରୋ : ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ଭୁବନେଶ୍ୱରର କ୍ଲବ ଟାଉନ୍ ଗ୍ରାଉଣ୍ଡ, ଚନ୍ଦ୍ରଶେଖରପୁର ଠାରେ ୧୬ ଜାନୁଆରି ୨୦୨୬ ର ୨୬ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ଦ୍ୱିତୀୟ ଫର୍ଣ୍ଣିଚର, ଇଣ୍ଟେରିୟର ଏବଂ ଲାଇଫ୍ ଷ୍ଟାଇଲ ଏକ୍ସପୋ ଅନୁଷ୍ଠିତ ହେବାକୁ ଯାଉଛି । ଏହି ୧୧ ଦିନିଆ ମହୋତ୍ସବରେ ବିଶ୍ୱସ୍ତରୀୟ ସାମଗ୍ରୀର ଏକ ଅପୂର୍ବ ସମାରୋହ ଦେଖିବାକୁ ମିଳିବ ।
ମୁଖ୍ୟ ଆକର୍ଷଣ :
ଐତିହ୍ୟ ସାମଗ୍ରୀ: ଇରାନୀ ଗାଲିଚା, କାଶ୍ମୀର ଫର୍ଣ୍ଣିଚର, ଏବଂ ଆଣ୍ଟିକ୍ ପିତଳ କାରୁକାର୍ଯ୍ୟ
ବିଶ୍ୱସ୍ତରୀୟ ଫ୍ୟାଶନ: କୋରିଆନ୍ ଆକ୍ସେସୋରିଜ୍, ଦୁବାଇର ପୋଷାକ ଏବଂ ଥାଇଲାଣ୍ଡ ଅଳଙ୍କାର
ଖାଦ୍ୟ ଓ ସ୍ୱାଦ: ଆଫଗାନିସ୍ତାନର ୧୦୦ ରୁ ଅଧିକ ପ୍ରକାରର ଡ୍ରାଏ ଫ୍ରୁଟ୍ସ ଏବଂ ଚମ୍ପାରଣର ପ୍ରସିଦ୍ଧ ମଟନ୍
ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତାଙ୍କ କହିବା ମୁତାବକ ଏହା କେବଳ ଏକ ପ୍ରଦର୍ଶନୀ ନୁହେଁ, ବରଂ ବିଶ୍ୱସ୍ତରୀୟ ସାମଗ୍ରୀର ମିଳନ ସ୍ଥଳ । ଭୁବନେଶ୍ୱରରେ ପ୍ରଥମଥର ଜଳପରୀ ସୋ' ପରି ଏକ ନିଆରା ଆକର୍ଷଣ ନେଇ ଆସିଛୁ । ଭାରତର ସମସ୍ତ ଅଞ୍ଚଳର ଆସବାବପତ୍ର, ଯେପରିକି, କାଶ୍ମୀର ଫର୍ଣ୍ଣିଚର, କାର୍ଭିଙ୍ଗ ଫର୍ଣ୍ଣିଚର, ଆଣ୍ଟିକ ଫର୍ଣ୍ଣିଚର, ସୋଫା ସେଟ୍, ଡାଇନିଂ ସେଟ୍, ଏବଂ କାର୍ଭିଙ୍ଗ ଝୁଲା ଇତ୍ୟାଦି । ଆଫଗାନିସ୍ତାନର ୧୦୦ ପ୍ରକାରର ଡ୍ରାଏ ଫ୍ରୁଟ୍ସ, ଜର୍ମାନୀ ଲ୍ୟାମ୍ପ, ବାଂଲାଦେଶର ଜାମଦାନି ଶାଢ଼ି, ଇରାନ ଖଜୁର, ଗହଲା ଏବଂ ହର୍ବାଲ ତେଲ, ଦୁବାଇର ପୋଷାକ, ପରଫ୍ୟୁମ୍, ଥାଇଲାଣ୍ଡ ଗହଣା, ଜୋତା ଏବଂ ପୋଷାକ । କୋରିଆରୁ ଲେଡିଜ୍ ଆସେସୋରିଜ୍, ସିଙ୍ଗାପୁର ଉତ୍ପାଦ, ମାଲେସିଆନ ଫାଉଣ୍ଟେନ ସମସ୍ତ ଭାରତୀୟ ହସ୍ତଶିଳ୍ପ ଏବଂ ତମ୍ବା ଉତ୍ପାଦ । ଆଣ୍ଟିକ ଧାତୁ ଏବଂ ଏଡି ଷ୍ଟୋନ ଗହଣା । ଉତ୍ତରପ୍ରଦେଶରୁ ଇରାନି, ପାର୍ସିଆନ ଏବଂ ଭଦୋହି କାର୍ପେଟ । ଆଣ୍ଟିକ ପିତଳ ଏବଂ ତମ୍ବା ଉତ୍ପାଦ । ଆଣ୍ଟିକ ଡେକୋରେସନ୍ ୱାଲଫ୍ରେମ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଚମଡ଼ା ସାମଗ୍ରୀ, ଖଦି ଏବଂ କୁରେସିଆ ସାମଗ୍ରୀ, ଭାଗଲପୁର, ପଞ୍ଜାବ ବନାରସ, ଜୟପୁର, ଓଡ଼ିଶା ଓ ବାଂଲାଦେଶରୁ ପୋଷାକ ଏବଂ ଶାଢ଼ି । ସୌନ୍ଦର୍ଯ୍ୟ ଉପରକରଣ, ଇଲେକ୍ଟ୍ରୋନିକ୍ସ, ଉପଭୋକ୍ତା ସାମଗ୍ରୀ, ମାର୍ବଲ ମୂର୍ତ୍ତି ଏବଂ ଆହୁରି ଅନେକ କିଛି ।
ଏହାସହିତ ସମସ୍ତ ପ୍ରଦର୍ଶକ ଏବଂ ପରିଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ସମଗ୍ର ମେଳା ଅଞ୍ଚଳକୁ ସିସିଟିଭି, ଆଗନ୍ତୁକଙ୍କ କଡ଼ା ସୁରକ୍ଷା ଯାଞ୍ଚ, ଅଗ୍ନିନିର୍ବାପକ ଓ ସୁଶୃତ ହସ୍ପିଟାଲ ଓ ଟ୍ରମା କେୟାର, ଭୁବନେଶ୍ୱର ତରଫରୁ ଜରୁରୀ ସ୍ୱାସ୍ଥ୍ୟସେବା ଉପଲବ୍ଧ । ସାଧାରଣ ପ୍ରଶାସନ ବିଭାଗ, ଓଡ଼ିଶା ସରକାର ଓ ଭୁବନେଶ୍ୱର ମହାନଗର ନିଗମ ତରଫରୁ ସମସ୍ତ ସହଯୋଗୀ ସହିତ ଫର୍ଣ୍ଣିଚର, ଇଣ୍ଟେରିୟର ଏବଂ ଲାଇଫଷ୍ଟାଇଲ ଏକ୍ସପୋ -୨୦୨୬ କୁ ସ୍ୱଚ୍ଛ ଓ ସବୁଜ ତଥା ପ୍ଲାଷ୍ଟିକ ମୁକ୍ତ କରିବାକୁ ଯୋଜନା କରାଯାଉଛି ।
ପ୍ରଦର୍ଶନୀ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ : ୯୬୯୨୮୧୪୩୭୬
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/15/bbsr-2026-01-15-20-14-58.jpg)