ବିଶ୍ବର ପ୍ରଥମ AI ମନ୍ତ୍ରୀ ; ଦୁର୍ନୀତି ରୋକିବାକୁ ହେଲେ ନିଯୁକ୍ତ

ବିଶ୍ବର ପ୍ରଥମ AI ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି ଆଲବେନିଆ । ଏହାକୁ ନେଇ ଏବେ ଚର୍ଚ୍ଚା । କୌଣସି ବ୍ୟକ୍ତି ବିଶେଷ ଏହି ମନ୍ତ୍ରୀ ପଦରେ ନାହାନ୍ତି ବରଂ ଏହାକ ପିକ୍ସଲ ଓ କୋଡରେ ହୋଇଥିବା ଜଣେ ମନ୍ତ୍ରୀ , ଯାହାଙ୍କ ନାଁ ଦିଆଯାଇଛି ’ଡାଏଲା’ ।

ai

କନକ ବ୍ୟୁରୋ: ବିଶ୍ବର ପ୍ରଥମ AI ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି ଆଲବେନିଆ । ଏହାକୁ ନେଇ ଏବେ ଚର୍ଚ୍ଚା । କୌଣସି ବ୍ୟକ୍ତି ବିଶେଷ ଏହି ମନ୍ତ୍ରୀ ପଦରେ ନାହାନ୍ତି ବରଂ ଏହାକ ପିକ୍ସଲ ଓ କୋଡରେ ହୋଇଥିବା ଜଣେ ମନ୍ତ୍ରୀ , ଯାହାଙ୍କ ନାଁ ଦିଆଯାଇଛି ’ଡାଏଲା’ । ଆଲବେନିଆ ଭାଷାରେ ଏହାର ଅର୍ଥ ଖରା ବା ସୂର୍ଯ୍ୟ । 
 
କ୍ୟାବିନେଟରେ ହେଉ ବା ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ରୋକିବାକୁ ଆଲବେନିଆ ଏହି ଅଭିନବ ଉପାୟ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ଏଡି ରାମା ଏହାକୁ ନିଜ କ୍ୟାବିନେଟରେ ସାମିଲ କରିଛନ୍ତି ।ଡାଏଲାଙ୍କ ପ୍ରଥମ ସୋପାନରେ ସରକାରୀ ପାଣ୍ଠି ଓ ଟେଣ୍ଡରରେ ଦୁର୍ନୀତି ରୋକିବାର ଦାୟିତ୍ବ ଦିଆଯାଇଛି । ଏହା ପୂର୍ବରୁ ଡାଏଲା ଆଭାସୀ ଆସିଷ୍ଟାଣ୍ଟ ଭାବେ ଲୋକଙ୍କୁ ସରକାରୀ କାଗଜପତ୍ର  ଦେବାରେ ସହାୟତା କରିଛି । ଅଲବେନିଆର ଜନତା ଡାଏଲା ବିଷୟରେ ଅବଗତ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe