ବିଶ୍ଵରେ ବଢ଼ିଲା କୋଟିପତିଙ୍କ ସଂଖ୍ୟା, ତାଲିକାରେ ଭାରତର ଦୁଇ

Advertisment

୨୦୨୫ ମସିହାରେ ବିଶ୍ୱବ୍ୟାପୀ କୋଟିପତିଙ୍କ ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଛି । ପ୍ରଥମ ଥର ପାଇଁ, ବିଶ୍ୱବ୍ୟାପୀ ୩,୦୦୦ ରୁ ଅଧିକ କୋଟିପତି ବନିପାରିଛନ୍ତି ଏବଂ ସେମାନଙ୍କର ମିଳିତ ସମ୍ପତ୍ତି ୧୮.୩ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି ।

୨୦୨୫ ମସିହାରେ ବିଶ୍ୱବ୍ୟାପୀ କୋଟିପତିଙ୍କ ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଛି । ପ୍ରଥମ ଥର ପାଇଁ, ବିଶ୍ୱବ୍ୟାପୀ ୩,୦୦୦ ରୁ ଅଧିକ କୋଟିପତି ବନିପାରିଛନ୍ତି ଏବଂ ସେମାନଙ୍କର ମିଳିତ ସମ୍ପତ୍ତି ୧୮.୩ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି ।

Richest Man

Richest Man Photograph: (Google)

ବିଶ୍ଵରେ କୋଟିପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେମାନଙ୍କ ସମ୍ପତ୍ତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଯେଉଁ କୋଟିପତିମାନଙ୍କ ତାଲିକା ସାମ୍ନାକୁ ଆସିଛି, ତା ଉପରେ ଯଦି ନଜର ପକାଯାଏ ତେବେ ସମସ୍ତଙ୍କ ସମ୍ପତ୍ତି ମୋଟ ୧୮.୩ ଟ୍ରିଲିୟନ୍ ଡଲାରରେ ପହଞ୍ଚିଛି । ୨୦୨୫ ମସିହାରେ ବିଶ୍ୱବ୍ୟାପୀ କୋଟିପତିଙ୍କ ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଛି । ପ୍ରଥମ ଥର ପାଇଁ, ବିଶ୍ୱବ୍ୟାପୀ ୩,୦୦୦ ରୁ ଅଧିକ କୋଟିପତି ବନିପାରିଛନ୍ତି ଏବଂ ସେମାନଙ୍କର ମିଳିତ ସମ୍ପତ୍ତି ୧୮.୩ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି । ପ୍ରକାଶିତ ଅକ୍ସଫାମ୍ ରିପୋର୍ଟ ଅନୁଯାୟୀ, ଆମେରିକୀୟ କୋଟିପତିଙ୍କ ସମ୍ପତ୍ତି ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି, କିନ୍ତୁ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ବି କୋଟିପତିଙ୍କ ସମ୍ପତ୍ତି ଦୁଇଗୁଣା ବୃଦ୍ଧି ପରିଲକ୍ଷିତ ହୋଇଛି ।

ଅକ୍ସଫାମ୍ ରିପୋର୍ଟ କରିଛି ଯେ ୨୦୨୫ ମସିହାରେ କୋଟିପତିଙ୍କ ମୋଟ ସମ୍ପତ୍ତି ୧୬% ବୃଦ୍ଧି ପାଇଛି । ଏହି ସମ୍ପତ୍ତି ୨୦୨୦ ତୁଳନାରେ ୮୧% ଅଧିକ, ଅର୍ଥାତ୍ ପ୍ରାୟ ୮.୨ ଟ୍ରିଲିୟନ ଡଲାର । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବିଶ୍ୱର ୧୨ ଜଣ ଧନୀ ବ୍ୟକ୍ତିଙ୍କ ପାଖରେ ବିଶ୍ୱର ଜନସଂଖ୍ୟାର ଅଧା ବା ୪ ବିଲିୟନ ଲୋକଙ୍କଠାରୁ ଅଧିକ ସମ୍ପତ୍ତି ଅଛି । କୋଟିପତିଙ୍କ ସମ୍ପତ୍ତି ବର୍ତ୍ତମାନ ଇତିହାସର ସର୍ବୋଚ୍ଚ ସ୍ତରରେ ଅଛି । AI କମ୍ପାନୀଗୁଡ଼ିକର ବୃଦ୍ଧି ପାଉଥିବା ମୂଲ୍ୟାଙ୍କନ ମଧ୍ୟ ଧନୀମାନଙ୍କ ସମ୍ପତ୍ତି ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ନଭେମ୍ବର ୨୦୨୪ ପରେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ, ସମ୍ପତ୍ତି ବୃଦ୍ଧିର ହାର ୧୬.୨% ଥିଲା, ଯାହା ୨୦୨୦ ପରଠାରୁ ହାରାହାରି ବୃଦ୍ଧି ହାରର ତିନି ଗୁଣ।

ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତି

• ଏଲୋନ୍ ମସ୍କ (ଟେସଲା ଏବଂ ସ୍ପେସଏକ୍ସ) – ୭୭୯.୬ ବିଲିୟନ ଡଲାର

• ଲାରି ପେଜ୍ (ଗୁଗୁଲ୍) – ୨୭୦ ବିଲିୟନ ଡଲାର

• ଜେଫ୍ ବେଜୋସ୍ (ଆମାଜନ) – ୨୪୯.୮ ବିଲିୟନ ଡଲାର

• ସେର୍ଗେଇ ବ୍ରିନ୍ (ଗୁଗୁଲ୍) – ୨୪୯.୧ ବିଲିୟନ ଡଲାର

• ଲାରି ଏଲିସନ୍ (ଓରାକେଲ୍) – ୨୪୦.୬ ବିଲିୟନ ଡଲାର

• ମାର୍କ ଜୁକରବର୍ଗ (ମେଟା/ଫେସବୁକ୍) –୨୧୨.୮ ବିଲିୟନ ଡଲାର

• ବର୍ଣ୍ଣାର୍ଡ ଆର୍ନଲ୍ଟ ଏବଂ ପରିବାର (LVMH) – ୧୮୨.୪ ବିଲିୟନ ଡଲାର

• ଜେନସନ ହୁଆଙ୍ଗ (NVIDIA) – ୧୬୧.୭ ବିଲିୟନ ଡଲାର

• ୱାରେନ ବଫେଟ (ବର୍କଶାୟାର ହାଥାୱେ) – ୧୪୬.୧ ବିଲିୟନ ଡଲାର

• ଆମାନସିଓ ଓରଟେଗା (ଜାରା) -୧୪୩.୧ ବିଲିୟନ ଡଲାର

ଏଲୋନ ମସ୍କଙ୍କ ସମ୍ପତ୍ତି

ଏହି ରିପୋର୍ଟରେ ବିଶେଷ ଭାବରେ ଏଲୋନ ମସ୍କଙ୍କ ସମ୍ପତ୍ତି ଉପରେ ଧ୍ୟାନ ଦିଆଯାଇଛି । ଅକ୍ଟୋବର ୨୦୨୫ରେ, ଏଲୋନ ମସ୍କ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଥିଲେ ଯିଏକି ୫୦୦ ବିଲିୟନ ଡଲାର ଅତିକ୍ରମ କରିଥିଲେ । ପରେ ତାଙ୍କର ସମ୍ପତ୍ତି ୬୦୦ ବିଲିୟନ ଡଲାର ଏବଂ ତା''ପରେ ୭୦୦ ବିଲିୟନ ଡଲାର ଅତିକ୍ରମ କରିଥିଲା । ସ୍ପେସଏକ୍ସର ସମ୍ଭାବ୍ୟ ଆଇପିଓ ଏବଂ ଟେସଲାର ସେୟାର ମୂଲ୍ୟ ଯୋଗୁଁ ମସ୍କଙ୍କ ସମ୍ପତ୍ତିରେ ଯଥେଷ୍ଟ ବୃଦ୍ଧି ଘଟିଛି । ସେ ସ୍ପେସଏକ୍ସରେ ପ୍ରାୟ ୪୨ପ୍ରତିଶତ ଅଂଶଧନ ଏବଂ ଟେସଲାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଧନ ରଖିଛନ୍ତି ।

ଭାରତର ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ କିଏ?

• ମୁକେଶ ଅମ୍ବାନୀ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ୧୦୪.୬ ବିଲିୟନ ଡଲାର

• ଗୌତମ ଆଦାନୀ (ଆଦାନୀ ଗ୍ରୁପ୍) ୮୯.୬ ବିଲିୟନ ଡଲାର

• ସାବିତ୍ରୀ ଜିନ୍ଦଲ (OP ଜିନ୍ଦଲ ଗ୍ରୁପ୍) ୪୦.୨ ବିଲିୟନ ଡଲାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe