କନକ ବ୍ୟୁରୋ : ଜଳୁଛି ମଧ୍ୟପ୍ରାଚ୍ୟ । ଇରାନ-ଇସ୍ରାଏଲ ଯୁଦ୍ଧ ଉଗ୍ର ରୂପ ନେଲାଣି । ଆଜି ଯୁଦ୍ଧର ଷଷ୍ଠ ଦିନରେ ଆକ୍ରମଣ -ପ୍ରତିଆକ୍ରମଣ ଜାରି ରହିଛି । ଇରାନ ଉପରେ ଭାରୀ ପଡିଛି ନେତାନ୍ୟାହୁଙ୍କ ସେନା । ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଆଇଡିଏଫ୍ । ଇସ୍ରାଏଲର ଆକ୍ରମଣ ଫଳରେ ଇରାନରେ ୫୮୫ ଜଣ ଓ ଇସ୍ରାଏଲରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ଇରାନ ଇସ୍ରାଏଲର ତେଲ ଅବିବ୍ ସହର ଉପରେ ପ୍ରାୟ ୪୦୦ ବାଲିଷ୍ଟିକ ମିସାଇଲ ନିକ୍ଷେପ କରିଛି, ଯେଉଁଥିରେ ଅତ୍ୟାଧୁନିକ ଫତ୍ତାହ-୧ ପରି ହାଇପରସୋନିକ ମିସାଇଲ ମଧ୍ୟ ରହିଛି । ଆକ୍ରମଣ ମଙ୍ଗଳବାର ରାତିରେ ହୋଇଥିଲା, ଯାହା ଫଳରେ ତେଲ ଅବିବ୍ ଓ ଜେରୁଜେଲମରେ ବିସ୍ଫୋରଣ ଶୁଣାଯାଇଥିଲା । ଅନ୍ୟପଟେ ଆମେରିକାକୁ ମଧ୍ୟ ଇରାନ ଚୋତାବନୀ ଦେଇଛି । ଇରାନ କହିଛି , ଯଦି ଆମେରିକା ସେନା ସଂଘର୍ଷରେ ଯୋଗ ଦିଅନ୍ତି ତେବେ ଆମେରିକୀୟ ସେନା ବିରୁଦ୍ଧରେ ମଧ୍ୟ ସମାନ କାର୍ଯ୍ୟ କରାଯିବ । ଯଦି ଆମେରିକା ଯୁଦ୍ଧକ୍ଷେତ୍ରକୁ ଡେଇଁପଡ଼େ ତେବେ ଏକ ସମ୍ପୂର୍ଣ୍ଣ ଯୁଦ୍ଧ ହେବ । ଜେନେଭାରେ ଇରାନର ରାଷ୍ଟ୍ରଦୂତ ଅଲି ବାହାରାନି ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କହିଛନ୍ତି, ଯଦି ଇସ୍ରାଏଲ ଆକ୍ରମଣ ଜାରି ରଖେ, ତେବେ ତେହେରାନ ପକ୍ଷରୁ କଡ଼ା ଜବାବ ଦିଆଯିବ । ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ କୋବି ଶୋଶାନି କହିଛନ୍ତି, ଭାରତ ପରି, ଇସ୍ରାଏଲରେ କୌଣସି ବିବାଦ ନାହିଁ । ସମସ୍ତେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରନ୍ତି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କାଟ୍ଜ କହିଛନ୍ତି, ଖାମେନି ଶାସନର ପତନ ଆରମ୍ଭ ହୋଇଛି, ତେହେରାନରେ ଝଡ଼ ଆସିଛି । ଏକଛତ୍ରବାଦୀ ଶାସନ ଧ୍ୱଂସ ପାଉଛି । ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଇରାନ ଉପରେ ଦୁଇଟି ବଡ ଆକ୍ରମଣ କରିଛି , ତେହେରାନରେ ଥିବା ଇମାମ ହୋସେନ ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ ସହ ତେହେରାନରେ ଥିବା ମିସାଇଲ୍ ଉତ୍ପାଦନ କାରଖାନା ଉପରେ ଆକ୍ରମଣ କରିଛି ଇସ୍ରାଏଲ ।
ଇରାନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି, ଇସ୍ରାଏଲର ମୋସାଦ ଗୁପ୍ତଚର ସଂସ୍ଥାର ପାଞ୍ଚ ଜଣ ସନ୍ଦିଗ୍ଧ ଏଜେଣ୍ଟଙ୍କୁ ଅଟକ ରଖାଯାଇଛି । ଇରାନ୍ ଆଟୋମିକ ମୁଖ୍ୟ କହିଛନ୍ତି ଦେଶର ସମସ୍ତ ପରମାଣୁ କେନ୍ଦ୍ର କାର୍ୟ୍ୟକ୍ଷମ ରହିଛି ଏବଂ କୌଣସି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇ ନାହିଁ ।
ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଇରାନ, ଇସ୍ରାଏଲ ଯୁଦ୍ଧ, ୬ ଦିନରେ ଉଭୟ ଦେଶର ୬ଶହ ନାଗରିକ ମୃତ
ଇସ୍ରାଏଲର ଆକ୍ରମଣ ଫଳରେ ଇରାନରେ ୫୮୫ ଜଣ ଓ ଇସ୍ରାଏଲରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ଇରାନ ଇସ୍ରାଏଲର ତେଲ ଆଭିଭ ସହର ଉପରେ ପ୍ରାୟ ୪୦୦ ବାଲିଷ୍ଟିକ ମିସାଇଲ ନିକ୍ଷେପ କରିଛି, ଯେଉଁଥିରେ ଅତ୍ୟାଧୁନିକ ଫତ୍ତାହ-୧ ପରି ହାଇପରସୋନିକ ମିସାଇଲ ମଧ୍ୟ ରହିଛି । ଆକ୍ରମଣ ମଙ୍ଗଳବାର ରାତିରେ ହୋଇଥିଲା, ଯାହା ଫଳରେ ତେଲ ଆଭିଭ ଓ ଜେରୁଜେଲମରେ ବିସ୍ଫୋରଣ ଶୁଣାଯାଇଥିଲା ।
/kanak/media/media_files/2025/06/18/39dfsfdfdfd-2025-06-18-21-10-21.jpg)