israel iran war Photograph: (Google)
କନକ ବ୍ୟୁରୋ: ଇରାନ-ଆମେରିକା ଯୁଦ୍ଧ । ଆମେରିକା କାଲିଫର୍ନିଆର ଭାଣ୍ଡେନବର୍ଗ ସ୍ପେସ୍ ଫୋର୍ସ ବେସରୁ ମିନିଟ୍ମ୍ୟାନ୍-୩ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ରିପୋର୍ଟ ଅନୁଯାୟୀ, ଏହି ପରମାଣୁ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ର ହିରୋସିମାରେ ପକାଯାଇଥିବା ବୋମା ଅପେକ୍ଷା ପ୍ରାୟ ୨୦ ଗୁଣା ଅଧିକ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ ।
ଏହି କ୍ଷେପଣାସ୍ତ୍ର ଆମେରିକାର ପରମାଣୁ ପ୍ରତିରୋଧକ ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ । ଏହା ହଜାର ହଜାର କିଲୋମିଟର ଦୂରରେ ଥିବା ଲକ୍କ୍ଷ୍ୟଭେଦ କରିପାରିବ । ଏହାର ଲମ୍ବ ୧୮ମିଟର ଥିବାବେଳେ ଓଜନ ୩୦ ଟନ୍ରୁ ଅଧିକ ଥିବା କୁହାଯାଉଛି । ଏହାର ବେଗ ଘଣ୍ଟାପ୍ରତି ପ୍ରାୟ ୨୪ ହଜାର କିଲୋମିଟର। ଏହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୩ ହଜାର କିଲୋମିଟର ବୋଲି କୁହାଯାଉଛି ।
Follow Us