କନକ ବ୍ୟୁରୋ : ଆଗକୁ ବିଶ୍ବ ପାଇଁ ଆସିପାରେ ବଡ ବିପଦ । ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ଆଶଙ୍କା ପ୍ରକାଶ ପାଇଛି । ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧକୁ ନିୟନ୍ତ୍ରଣରେ ରଖିବାକୁ ବିଶ୍ବ ନେତୃବୃନ୍ଦ ପଦକ୍ଷେପ ଗ୍ରହଣ ନକଲେ ସମଗ୍ର ବିଶ୍ବ ଭୟାନକ ବିପତ୍ତିର ସମ୍ମୁଖୀନ ହେବ ବୋଲି ସାମରିକ କୂଟନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ରୁଷ୍ ବିରୋଧରେ ଆମେରିକୀୟ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ବାଇଡେନ ଅନୁମୋଦନ ଦେବାର ଦୁଇ ଦିନ ପରେ ୟୁକ୍ରେନର ଆତ୍ମଘାତୀ ପଦକ୍ଷେପ ପୂରା ବିଶ୍ବର ବିପଦ ବଢ଼ାଇ ଦେଇଛି । ରୁଷର କାରାଚେଭ ଉପରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାପଡ଼ିବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଜରୁରୀ ବୈଠକରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ରୁଷ୍ ନିଜର ସୁରକ୍ଷା ପାଇଁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି । ଆଗକୁ ଆମେରିକାରେ ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ବ ନେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପଦକ୍ଷେପ ଏକ ନୂଆ ଯୁଦ୍ଧର ଅୟମାରମ୍ଭ କରିଛି । ବାଇଡେନଙ୍କ ଏଭଳି ନିଷ୍ପତ୍ତିରେ ୟୁରୋପୀୟ ରାଷ୍ଟ୍ରମାନେ ଆତଙ୍କିତ ହୋଇ ରହିଛନ୍ତି । ସୂଚନାଯୋଗ୍ୟ, ରୁଷରେ ଉତ୍ତର କୋରିଆର ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ ହେବା ଏବଂ ସେମାନଙ୍କୁ ୟୁକ୍ରେନ ପଠାଯିବା ପରେ ଆମେରିକା ସ୍ଥିତି ସମୀକ୍ଷା କରିଥିଲା ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର ପାଇଁ ଅନୁମୋଦନ କରିଥିଲା ।
ତୃତୀୟ ବିଶ୍ବଯୁଦ୍ଧ ଭୟ
- ଆମେରିକା ନିର୍ମିତ କ୍ଷେପଣାସ୍ତ୍ର ମାଡ଼ କଲା ୟୁକ୍ରେନ
- ଯୁଦ୍ଧନୀତି ବଦଳାଇଲେ ପୁଟିନ
- ୟୁରୋପ ଓ ବିଶ୍ୱକୁ ଘାରିଲାଣି ପରମାଣୁ ଯୁଦ୍ଧର ଭୟ
- କୌଣସି ମୁହୂର୍ତ୍ତରେ ସବୁଠାରୁ ଭୟଙ୍କ ରୂପ ନେଇପାରେ
- ରୁଷର ପରମାଣୁ ହମଲା ଧମକ ସତ୍ତ୍ୱେ ୟୁକ୍ରେନ ପକ୍ଷରୁ ମିସାଇଲ ମାଡ ଭୟ ବଢ଼ାଇଛି
- ଆମେରିକା ନିର୍ମିତ ୬ଟି ଲଙ୍ଗ ରେଞ୍ଜ ମିସାଇଲ ମସ୍କୋରେ ଆକ୍ରମଣ
- ପ୍ରତିଶୋଧ ପରାୟଣ ରୁଷ ଆକ୍ରମଣ କରିପାରେ
- ୟୁକ୍ରେନ ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ କରିପାରେ
- ନାଟୋ ରାଷ୍ଟ୍ରଗୁଡ଼ିକ ଲୋକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି
- ଲୋକଙ୍କୁ ଅତିକମରେ ୭ ଦିନ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ
- ଏକାଧିକ ୟୁରୋପୀ ରାଷ୍ଟ୍ରଗୁଡ଼ିକ ନିର୍ଦ୍ଦେଶ ଦେଇଛନ୍ତି।
- ସମସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି
- ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ୫ମଥର ପାଇଁ ସ୍ୱଡେନ ଏପରି ସତର୍କ ଜାରି କରିଛି
- ନରୱେ ମଧ୍ୟ ଜରୁରୀ ପରିସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତ ହେବାକୁ କହିଛି
- ଡେନମାର୍କ ଲୋକଙ୍କୁ ଇ-ମେଲ କରି ସତର୍କ କରାଇଛି
- ଫିନଲ୍ୟାଣ୍ତ ବି ଅନଲାଇନ ଜରିଆରେ ଲୋକଙ୍କୁ ସତର୍କ ରହିବାକୁ କହିଛି
Follow Us