କନକ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି ପାଇଁ ଉତ୍ସବମୁଖର ରାମ ଜନ୍ମଭୂମି ଅଯୋଧ୍ୟା।  ଆଲୋକର ପର୍ବ ପାଇଁ ଅଯୋଧ୍ୟାରେ ବନିଛି ବିଶ୍ୱରେକର୍ଡ । ଏଥର ଅଯୋଧ୍ୟାର ଦୀପାବଳି ଆହୁରି ସ୍ୱତନ୍ତ୍ର ହୋଇଛି । କାରଣ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ହେଉଛି ପ୍ରଥମ ଦୀପାବଳି। ଏଥିପାଇଁ ଆଲୋକ ଓ ଦୀପରେ ନବବଧୁଟିଏ ପରି ସଜେଇ ହେବାକୁ ପ୍ରସ୍ତୁତ ହୋଇଛି ଶ୍ରୀରାମଙ୍କ ଜନ୍ମଭୂମି। ସହରରେ ଥିବା ସାରାୟୁ ନଦୀର ଘାଟରେ ୨୫ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇଛି । ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷା ପରେ ପ୍ରଥମ ଥର ପାଇଁ ଭଗବାନ ରାମ ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦୀପାବଳି ପାଳନ କରାଯାଉଛି । ତେଣୁ ଉତ୍ତରପ୍ରଦେଶ ସରକାର ଏହାକୁ ବେଶ ଆକର୍ଷଣୀୟ ଓ ବିଶାଳ କରିଛନ୍ତି । ଏହି ଉତ୍ସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ମନ୍ତ୍ରୀ ବି ସାମିଲ ହୋଇଥିଲେ ।  ୧୧୨୧ ଲୋକ ସରଜୁ ନଦୀରେ ଆରଳୀ କରି ବିଶ୍ୱରେକର୍ଡ କରିଛନ୍ତି । ପୀତମ୍ୱର ବସ୍ତ୍ରରେ ରାମଲାଲାଙ୍କ ଶୃଙ୍ଖାର କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ବସ୍ତ୍ର ପ୍ରସ୍ତୁତ କରାଯାଇଛି ।