କନକ ବ୍ୟୁରୋ: ଆଜିର ଧାଁ ଦୌଡ଼ ଜୀବନରେ ମୁଖ୍ୟ ସମସ୍ୟା ହେଉଛି ଚାପ । ଏହି ମାନସିକ ଚାପ, ଚିନ୍ତା ବା ଅବସାଦ ଯାହା ସବୁ ରୋଗକୁ ଡାକି ଆଣିଥାଏ । ଜଣେ ସୁସ୍ଥ ମଣିଷ ଯେତେବେଳେ କୌଣସି ଚାପର ଶିକାର ହେବା ଆରମ୍ଭ କରନ୍ତି ସେତେବେଳେ ବ୍ୟକ୍ତିର ଶରୀର ଆସ୍ତେଆସ୍ତେ ଅସୁସ୍ଥ ହେବାକୁ ଲାଗିଥାଏ ଆଉ ଉଚ୍ଚ ରକ୍ତ ଚାପ କବଳିତ କରିଥାଏ । ଅଫିସ୍‌ର  ୱାର୍କ ପ୍ରେସର ହେଉ, କି ଦୈନନ୍ଦିନ ଜୀବନର ସମସ୍ୟା, ଏହି ସମସ୍ତ କାରଣରୁ ଆମେ ଆମ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୋଇନଥାଉ । ଯାହାଦ୍ବାରା ଶରୀର ଭିତରେ ଦିନ ରାତି କାର୍ଯ୍ୟ କରୁଥିବା କୋଷ ଅସୁସ୍ଥ ହୋଇପଡ଼ନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମସ୍ତ ସମସ୍ୟାର ସମାଧାନ କରିବାକୁ ପାଳନ ୱାର୍ଲ୍ଡ ହାଇପର୍‌ଟେନ୍‌ସନ ଡେ । ଆଜି ହେଉଛି ସେହି ୱାର୍ଲ୍ଡ ହାଇପର୍‌ଟେନ୍‌ସନ୍‌ ଡେ' । ଆଜିର ଦିନରେ ଶରୀରରେ ଥିବା ସମସ୍ତ ରକ୍ତବାହୀ ନଳୀ ବିଷୟରେ ଚିନ୍ତା କରିବା ଉଚିତ ।  କାରଣ ଦିନ ରାତି ଆମ ପାଇଁ କାର୍ଯ୍ୟକରୁଥାଆନ୍ତି ରକ୍ତବାହୀ ନଳୀ । ଆଜି ଏହି ଦିନ ଆମକୁ ମନେ ପକାଇଦେଉଛି  ଯେ ରକ୍ତବାହୀ ନଳୀଙ୍କ ହାଲ୍‌ଚାଲ୍‌ ବୁଝିବା କେତେ ଜରୁରି । ଏହାର  ଅର୍ଥ ଆପଣଙ୍କ ରକ୍ତଚାପକୁ ସଠିକ୍ ଭାବରେ ମାପନ୍ତୁ, ଏହାକୁ ନିୟନ୍ତ୍ରଣ କରନ୍ତୁ, ଏବଂ ଦୀର୍ଘ ଜୀବନ ବଞ୍ଚନ୍ତୁ  । ଏହା  ହେଉଛି  ୱାର୍ଲ୍ଡ ହାଇପର୍‌ଟେନ୍‌ସନ୍‌ ଡେ’ର ଥିମ୍‌ ।

Advertisment

ଭାରତରେ ହାଇ ବ୍ଲଡପ୍ରେସର ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ଏହା ନିରବରେ ଆସି ଲୋକଙ୍କ ସ୍ବାସ୍ଥ୍ୟକୁ କବଳିତ କରୁଛି । ତେଣୁ ବ୍ୟସ୍ତବହୁଳ ଜୀବନରୁ କିଛି ମୁହୂର୍ତ୍ତ ନିଜ ପାଇଁ ବାହାର କରି ବ୍ଲଡ୍‌ପ୍ରେସରକୁ ନିୟନ୍ତ୍ରଣରେ ରଖନ୍ତୁ । ଆସନ୍ତୁ ଜାଣିବା ହାଇପର୍‌ଟେନ୍‌ସନରୁ ରକ୍ଷା ପାଇବା ପାଇଁ ଜାଣିବା ଡାକ୍ତର କଣ ପରାମର୍ଶ ଦେଇଛନ୍ତି ।  ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ, ମାୟାନଗରୀ ମୁମ୍ବାଇ ବାସିନ୍ଦାଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପର ହାର ୨୬% ରହିଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ୨୦% ରୁ ୪୫% ବିବାହିତ ଦମ୍ପତିଙ୍କ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ।    

ସାଇଲେଣ୍ଟ୍‌ କିଲର କାହିଁକି ହେଉଛି ଉଚ୍ଚ ରକ୍ତଚାପ  ? 

ଦିଲ୍ଲୀର ଜଣେ କାର୍ଡିଓଲୋଜିଷ୍ଟଙ୍କ ମତରେ ହାଇପର୍‌ଟେନ୍‌ସନକୁ ସାଇଲେଣ୍ଟ କିଲର କହିବା କିଛି ଭୁଲ ନୁହେଁ । କାରଣ ଏହାର କିଛି ସ୍ପଷ୍ଟ ଲକ୍ଷଣ ନଥାଏ । କିନ୍ତୁ ଏହା ହାର୍ଟଆଟାକ୍‌,  ଷ୍ଟ୍ରୋକ୍‌  ଏବଂ କିଡ଼୍‌ନି  ଫେଲ୍‌ ପରି ଗମ୍ଭୀର  ସ୍ବାସ୍ଥ୍ୟ ସମସ୍ୟାର କାରଣ ପାଲଟିପାରେ । 

ହାଇପର୍‌ଟେନ୍‌ସନ୍‌ରୁ ଏପରି ପାଇପାରିବେ ରକ୍ଷା 

ହାଇପର୍‌ଟେନ୍‌ସନ୍ରୁ‌ ରକ୍ଷା ପାଇବାକୁ ହେଲେ ପ୍ରତ୍ୟେକ ସପ୍ତାହରେ ୩ରୁ ୪ ଦିନ ବ୍ଲଡ୍‌ପ୍ରେସର ଚେକ୍‌ କରିବାର  ଅଭ୍ୟାସ କରନ୍ତୁ । ହାଇବିପିରୁ ରକ୍ଷା ପାଇବା ପାଇଁ ସନ୍ତୁଳିତ ଆହାର ଏବଂ ବ୍ୟାୟାମ  ଆବଶ୍ୟକ ।  ଖାଇବାରେ ଲୁଣ  କମ୍‌  ବ୍ୟବହାର କରନ୍ତୁ ।  ସୁବବେଳେ ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍‌ ଖାଆନ୍ତୁ  ।