କନକ ବ୍ୟୁରୋ : ଫେବ୍ରୁଆରୀ ୧, ୨୦୨୫ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସମୟ ପ୍ରାୟ ୧୧ଟା ସମୟରେ ଲୋକସଭାରେ ଉପସ୍ଥାପନ ହେବ ବଜେଟ୍ । ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା । ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଏହି ବଜେଟ୍ ଲୋକାଭିମୁଖୀ ହେବ ବୋଲି ଆଶା ରଖିଛନ୍ତି ଲୋକେ । ଦରଦାମ୍ କମିବା ନେଇ ଘୋଷଣା ହେବ କି? ଏହା ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି ମଧ୍ୟବୀତ ଲୋକେ । କିନ୍ତୁ ବଜେଟରେ କଣ ଘୋଷଣା ହେବ ତାହା ତ ବଜେଟ୍ ଆସିବା ପରେ ସ୍ପଷ୍ଟ ହେବ କିନ୍ତୁ ଆପଣ ଜାଣିଛନ୍ତି କି ଏହି ବଜେଟ୍ ପ୍ରଥା କେଉଁ ଦେଶ ପ୍ରଥମେ ଆରମ୍ଭ କରିଥିଲା ? ଭାରତ କେବେ ପ୍ରଥମ ଥର ପାଇଁ ବଜେଟ୍ ଆଣିଲା? 

Advertisment

ଏହି ଦେଶ ପ୍ରଥମେ ଆଣିଥିଲା ବଜେଟ୍ 
ବଜେଟ୍ ଶବ୍ଦଟି ଲାଟିନ୍ ଶବ୍ଦ ‘ବୁଲଗା’ରୁ ଆସିଛି । ଫରାସୀ ଭାଷାରେ ଏହାକୁ ବଗେଟ୍ କୁହାଯାଉଥିଲା । ଯେତେବେଳେ ଏହି ଶବ୍ଦ ଇଂରାଜୀରେ ବ୍ୟବହୃତ ହେଲା, ସେତେବେଳେ ଏହା ବୋଗାଟ୍ ହୋଇଗଲା । ଯାହା ପରେ ବଜେଟ୍ କୁହାଗଲା । ଏବଂ ଯେତେବେଳେ ପ୍ରଥମ ବଜେଟ୍ ଉପସ୍ଥାପନ କରିଥିବା ଦେଶ କଥା ଆସେ ସେତେବେଳେ ଇଂଲଣ୍ଡର ନାଁ ସର୍ବ ପ୍ରଥମେ ଆସିଥାଏ । ବଜେଟ୍ ପ୍ରଥା ପ୍ରଥମେ ଇଂଲଣ୍ଡରୁ ହିଁ ଆରମ୍ଭ ହୋଇଥିଲା । ୧୯୬୦ ମସିହାରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭରେ ବଜେଟ୍ ଉପସ୍ଥାପନ କରିବା ଆରମ୍ଭ କରିଥିଲା ଇଂଲଣ୍ଡ । ପରେ ଅନ୍ୟ ଦେଶମାନେ ବଜେଟ୍ ଆଣିଥିଲେ । 

କେବେ ଭାରତ ଆଣିଲା ପ୍ରଥମ ବଜେଟ୍ ? 
ସ୍ୱାଧୀନତାର ବହୁ ପୂର୍ବରୁ ଭାରତରେ ବଜେଟ୍ ଆରମ୍ଭ ହୋଇଥିଲା । ବ୍ରିଟିଶ ଶାସନ କାଳରେ, ୧୮୫୭ ର ବିଦ୍ରୋହ ପରେ ବ୍ରିଟିଶମାନେ ଦେଶର ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଜଣେ ମହାନ ଅର୍ଥନୀତିଜ୍ଞ ଜେମ୍ସ ୱିଲସନଙ୍କୁ ଭାରତକୁ ଡାକିଥିଲେ। ସେ ଏପ୍ରିଲ୍ ୭ତାରିଖ ୧୮୬୦ରେ ଭାରତର ପ୍ରଥମ ୟୁନିୟନ୍ ବଜେଟ୍ ଉପସ୍ଥାପନ କରିଥିଲେ । ଦେଶର ସ୍ୱାଧୀନତା ପରେ ତକ୍ରାଳୀନ ଅର୍ଥମନ୍ତ୍ରୀ ଆର.କେ ଷଣମୁଖମ୍ ଚେଟ୍ଟୀ ନଭେମ୍ବର ୨୬, ୧୯୪୭ରେ ସ୍ୱାଧୀନ ଭାରତର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ ।