କନକ ବ୍ୟୁରୋ : ବର୍ତ୍ତମାନ ବିଶ୍ୱରେ AI ଟେକ୍ନୋଲୋଜିର ବହୁଳ ବ୍ୟବହାର ହେଉଛି । AI ସଫ୍ଟୱେର୍, AI ଟୁଲ୍ସ ସହିତ ଅନେକ ସ୍ଥାନରେ AI ନ୍ୟୁଜ୍ ଆଙ୍କରଙ୍କୁ ମଧ୍ୟ ବ୍ୟବହାର କରାଯାଉଛି । ବର୍ତ୍ତମାନ ସଂସଦରେ ମଧ୍ୟ AI ପ୍ରବେଶ କରିଛି । ପାଠକବନ୍ଧୁ ହଁ, ସଂସଦରେ AI । କୌଣସି ଟୁଲ୍ସ ଭାବରେ ନୁହେଁ ବରଂ ଜଣେ ମନ୍ତ୍ରୀ ଭାବରେ । ଆଲବାନିଆର ସଂସଦରେ ସେପ୍ଟେମ୍ବର ୧୮ ରେ AI ଦ୍ୱାରା ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ ଡାଏଲା ପ୍ରବେଶ କରିଛନ୍ତି । ଡାଏଲା ସଂସଦରେ ତାଙ୍କର ପ୍ରଥମ ଚମତ୍କାର ଭାଷଣ ଦେଇଛନ୍ତି । ସେ କହିଛନ୍ତି ଯେ ସେ ଲୋକଙ୍କ ସ୍ଥାନ ନେବା ପାଇଁ ନୁହେଁ ବରଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି । ଡାଏଲା ସଂସଦରେ ଏକ ଭିଡିଓ ମାଧ୍ୟମରେ ପାରମ୍ପରିକ ଆଲବାନିଆ ପୋଷାକରେ ଜଣେ ମହିଳା ଭାବରେ ଦେଖାଦେଇଥିଲେ । 

Advertisment
AI
AI Photograph: (Google)

ପ୍ରଧାନମନ୍ତ୍ରୀ ଏଡି ରାମ ଡାଏଲାଙ୍କୁ ସମସ୍ତ ସରକାରୀ ଟେଣ୍ଡର ନିଷ୍ପତ୍ତିର ଦାୟିତ୍ୱ ଦେଇଛନ୍ତି । AI ମନ୍ତ୍ରୀ ଡାଏଲା ସେପ୍ଟେମ୍ବର ୧୮ ରେ ସଂସଦରେ ତାଙ୍କର ଭାଷଣ ଦେଇଥିଲେ । ଏହାକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି । ସଂସଦରେ ଭାଷଣ ଦେଉଥିବାବେଳେ AI ମନ୍ତ୍ରୀ ଡାଏଲା କହିଛନ୍ତି ଯେ ସମ୍ବିଧାନ ଅନୁଷ୍ଠାନଗୁଡ଼ିକ ବିଷୟରେ କୁହେ,ମାନବ ଶରୀର କିମ୍ବା ଗୁଣସୂତ୍ର ବିଷୟରେ ନୁହେଁ । ସେ କହିଛନ୍ତି ଯେ ମୋର ନାଗରିକତା ନାହିଁ, ବ୍ୟକ୍ତିଗତ ଅଭିଳାଷ କିମ୍ବା ସ୍ୱାର୍ଥ ମଧ୍ୟ ନାହିଁ ।