ସରିଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା: କଂସ ବଦ୍ଧ ସହ ଉଗ୍ରସେନଙ୍କର ହେଲା ରାଜ୍ୟାଭିଷେକ

Advertisment

ସରିଲା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଉ ଶୁଭିବନି ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ବିକଟାଳ ଅଟ୍ଟହାସ୍ୟ। ୧୧ ଦିନର କଂସ ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ନିରବ, ନିସ୍ତବ୍ଧ ହୋଇଯାଇଛି ରଙ୍ଗମହଲ ଓ ରାଜଦରବାର। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି ।

DHANUYATRA

କନକ ବ୍ୟୁରୋ: ସରିଲା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଉ ଶୁଭିବନି ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ବିକଟାଳ ଅଟ୍ଟହାସ୍ୟ। ୧୧ ଦିନର କଂସ ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ନିରବ, ନିସ୍ତବ୍ଧ ହୋଇଯାଇଛି ରଙ୍ଗମହଲ ଓ ରାଜଦରବାର। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି । ସୋମବାର କଂସ ବଧ ସହ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି। ଧନୁଯାତ୍ରାର ଶେଷ ଦିବସ କୃଷ୍ଣ-ବଳରାମ ମଥୁରା ଭ୍ରମଣ କରିବା ବେଳେ ଗୋବିନ୍ଦପାଲି ବିବେକାନନ୍ଦ ଛକଠାରେ ସ୍ବାଗତୋତ୍ସବ ହୋଇଥିଲା। ପରେ କୃଷ୍ଣ-ବଳରାମ ମଞ୍ଚରେ ପହଞ୍ଚି ଶିବଧନୁ ଭଙ୍ଗ କରିଥିଲେ। ଏହାପରେ ସେନାପତି ସାତ୍ୟକୀ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣାଗତ ହେବା ସହ ରାଜ ଦରବାରରେ ଥିବା ମହାରାଜା କଂସ ପାଖକୁ ନେଇଯାଇଥିଲେ। କୁବଳୟା ହାତୀ ବାଟ ଓଗାଳିବାରୁ କୃଷ୍ଣ-ବଳରାମ ତାକୁ ବଧ କରିଥିଲେ। ପରେ ଅଷ୍ଟମଲ୍ଲ ନିହତ ହୋଇଥିଲେ। କୃଷ୍ଣ-ବଳରାମ ରାଜଦରବାର ଉପରକୁ ଉଠି ଆସିବା ପରେ ମଞ୍ଚାରୁ ପଡ଼ି ମାମୁ କଂସଙ୍କର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe