ବରଗଡ଼ରେ ଆଜିଠୁ କଂସଙ୍କ ରାଜୁତି; ୧୧ ଦିନ ଧରି କମ୍ପିବ ବରଗଡ଼

ଉଦଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଧନୁଯାତ୍ରା ପ୍ରସାର ପ୍ରଚାର କମିଟି ତରଫରୁ ବିରାଟ ଶୋଭାଯାତ୍ରା କରାଯାଇଛି ।

Bargarh Dhanu Yatra 2025

କନକ ବ୍ୟୁରୋ : ଉଦଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୭୭ତମ ଧନୁଯାତ୍ରାକୁ ଉଦଘାଟନ କଲେ ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ୧୧ଦିନ ଧରି କମ୍ପିବ ବରଗଡ଼ । ଚାଲିବ କୃଷ୍ଣଙ୍କ ଲୀଳାଖେଳା ।

ଧନୁଯାତ୍ରା ପ୍ରସାର ପ୍ରଚାର କମିଟି ତରଫରୁ ବିରାଟ ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରାରେ ୨୦ରୁ ଊର୍ଦ୍ଧ୍ୱ ସଂସ୍କୃତି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପ୍ରାୟ ପାଞ୍ଚ ଶହ କଳାକାର ଭାଗ ନେଇଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ ସାଂସଦ, ବରଗଡ ବିଧାୟକ, ଜିଲ୍ଲାପାଳ, ଉପ ଜିଲ୍ଲାପାଳ ସମେତ ଧନୁଯାତ୍ରା କମିଟିର ସଦସ୍ୟ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe