କନକ ବ୍ୟୁରୋ : ଉଦଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୭୭ତମ ଧନୁଯାତ୍ରାକୁ ଉଦଘାଟନ କଲେ ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ୧୧ଦିନ ଧରି କମ୍ପିବ ବରଗଡ଼ । ଚାଲିବ କୃଷ୍ଣଙ୍କ ଲୀଳାଖେଳା ।
ଧନୁଯାତ୍ରା ପ୍ରସାର ପ୍ରଚାର କମିଟି ତରଫରୁ ବିରାଟ ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରାରେ ୨୦ରୁ ଊର୍ଦ୍ଧ୍ୱ ସଂସ୍କୃତି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପ୍ରାୟ ପାଞ୍ଚ ଶହ କଳାକାର ଭାଗ ନେଇଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ ସାଂସଦ, ବରଗଡ ବିଧାୟକ, ଜିଲ୍ଲାପାଳ, ଉପ ଜିଲ୍ଲାପାଳ ସମେତ ଧନୁଯାତ୍ରା କମିଟିର ସଦସ୍ୟ ଉପସ୍ଥିତ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/03/s2oAIQksEN7o1rNi53cF.jpg)