କନକବ୍ୟୁରୋ : ଜମୁଛି ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵରଙ୍କ ଚଡକ ମେଳା  ।  ସପ୍ତମ ଅର୍ଘ୍ୟରେ ଉପବାସଧାରୀ ଭକ୍ତଙ୍କ ସଂଖ୍ୟା ପ୍ରାୟ ୫୦ ହଜାର ଟପିଲାଣି । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୋଲିସ ଫୋର୍ସ  ମୁତୟନ କରାଯାଇଛି ।  ବିଶେଷ କରି ଅର୍ଘ୍ୟଦାନ ସମୟରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏଥିପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି  ।  

Advertisment

ସପ୍ତମ ଅର୍ଘ୍ୟରେ ସକାଳେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଓ ମନ୍ଦିର ପରିକ୍ରମା ଶେଷ ପରେ ଏବେ ଶାନ୍ତି ଶୃଙ୍ଖଳା ସହ ଅର୍ଘ୍ୟଦାନ ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଆନ୍ତଃରାଜ୍ୟ ଲୁଟେରାଙ୍କ ପାଇଁ ଅଧିକ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତାକାଲିଠୁ ଭକ୍ତ ସଂଖ୍ୟା ଆହୁରି ବଢିବା ନେଇ ସମ୍ଭାବନା ରହିଛି  । ବିଶେଷକରି ଏହି ପର୍ବ ପାଇଁ ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ  ।