କନକ ବ୍ୟୁରୋ: ଜର୍ଜିଆରେ ଭାରତୀୟ ତ୍ରିରଙ୍ଗା ଉଡ଼ିବ । ଜଣେ ଭାରତୀୟ ହିଁ ଜିତିବେ ଟାଇଟଲ୍ । ଭାରତୀୟ ଚେସ୍ ଇତିହାସରେ ଆସିଛି ସ୍ବର୍ଣ୍ଣିମ ମୁହୂର୍ତ୍ତ । ଦୁଇ ଭାରତୀୟଙ୍କ ଭିତରେ ହେବ ଟକ୍କର । ଭେଟରାନ କୋନେରୁ ହମ୍ପି ଫାଇନାଲରେ ମୁକାବିଲା କରିବେ ୧୯ ବର୍ଷୀୟ ଟିନ୍ ସେନସେସନ୍ ଦିବ୍ୟା ଦେଶମୁଖଙ୍କ ସହ । ମହିଳା ଚେସ ବର୍ଗରେ ଚୀନର ଆଧିପତ୍ୟକୁ ଶେଷ କରିଛନ୍ତି ଏହି ଦୁଇ ଭାରତୀୟ। ଅଭିଜ୍ଞତା ବନାମ ନବାଗତାଙ୍କ ଭିତରେ ହେବ ଲଢ଼େଇ ।
ମହିଳା ବିଶ୍ବକପରେ ପ୍ରଥମ ଥର ପାଇଁ ଅଲ୍-ଇଣ୍ଡିଆ ଫାଇନାଲ । ସେମିଫାଇନାଲରେ କୋନେରୁ ହମ୍ପି ଚୀନ ପ୍ରତିପକ୍ଷଙ୍କୁ ଟ୍ରାଇବେକର ଜିରଆରେ ୫-୩ ସ୍କୋରରେ ପରାସ୍ତ କରିଥିଲେ । ସେହିପରି ଦିବ୍ୟା ମଧ୍ୟ ପ୍ରତିପକ୍ଷ ଚୀନର ବିଶ୍ବ ଚାମ୍ପିଅନକୁ ପରାଜିତ କରି ଫାଇନାଲରେ ପ୍ରବେଶ କରିଥିଲେ । ଏବେ ଟାଇଟଲ ଲଢ଼େଇ ପାଇଁ ହେବ ଜୋରଦାର ମୁକାବିଲା । ହମ୍ପି ଏବଂ ଦିବ୍ୟା ଉଭୟ ୨୦୨୬ ମହିଳା କ୍ୟାଣ୍ଡେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତାକାଲି ହେବାକୁ ଯାଉଛି ଦୁଇ ଭାରତୀୟ ମଧ୍ୟରେ ବିଗ ଫାଇଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/07/25/53-2025-07-25-21-12-49.jpg)