କର୍କଟକୁ ଡରନ୍ତୁନି, ସାହସର ସହ ଲଢ଼ନ୍ତୁ ; ରୋଗୀ ନୁହେଁ, ନିଜକୁ ‘ଯୋଦ୍ଧା’ ଭାବେ ଗଢ଼ନ୍ତୁ

Advertisment

ଆଧୁନିକ ଚିକିତ୍ସା ବିଜ୍ଞାନ ଏବଂ ଦୃଢ଼ ମନୋବଳ ଆଗରେ ଏହି ମାରାତ୍ମକ ରୋଗ ମଧ୍ୟ ହାର ମାନିଛି । ଚଳିତ ବର୍ଷ ପାଇଁ ବିଶ୍ୱ କର୍କଟ ଦିବସର ବିଷୟବସ୍ତୁ ବା ଥିମ୍ ରହିଛି "United by Unique" । ଏହାର ଅର୍ଥ ହେଉଛି, ପ୍ରତିଟି କର୍କଟ ରୋଗୀର ସଂଘର୍ଷ ଭିନ୍ନ ଓ ସ୍ୱତନ୍ତ୍ର, କିନ୍ତୁ ଏହି ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଆମେ ସମସ୍ତେ ଏକଜୁଟ ।

ଆଧୁନିକ ଚିକିତ୍ସା ବିଜ୍ଞାନ ଏବଂ ଦୃଢ଼ ମନୋବଳ ଆଗରେ ଏହି ମାରାତ୍ମକ ରୋଗ ମଧ୍ୟ ହାର ମାନିଛି । ଚଳିତ ବର୍ଷ ପାଇଁ ବିଶ୍ୱ କର୍କଟ ଦିବସର ବିଷୟବସ୍ତୁ ବା ଥିମ୍ ରହିଛି "United by Unique" । ଏହାର ଅର୍ଥ ହେଉଛି, ପ୍ରତିଟି କର୍କଟ ରୋଗୀର ସଂଘର୍ଷ ଭିନ୍ନ ଓ ସ୍ୱତନ୍ତ୍ର, କିନ୍ତୁ ଏହି ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଆମେ ସମସ୍ତେ ଏକଜୁଟ ।

World-Cancer-Day

World-Cancer-Day Photograph: (kanak news)

କନକ ବ୍ୟୁରୋ : ଫେବ୍ରୁଆରି ୪ ତାରିଖ । ସାରା ବିଶ୍ୱ ଆଜି 'ବିଶ୍ୱ କର୍କଟ ଦିବସ' ପାଳନ କରୁଛି । କର୍କଟ ବା କ୍ୟାନ୍ସର - ଏହି ଶବ୍ଦଟି ଶୁଣିଲେ ଆଜି ବି ଅନେକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୁଏ । କିନ୍ତୁ ଆଧୁନିକ ଚିକିତ୍ସା ବିଜ୍ଞାନ ଏବଂ ଦୃଢ଼ ମନୋବଳ ଆଗରେ ଏହି ମାରାତ୍ମକ ରୋଗ ମଧ୍ୟ ହାର ମାନିଛି । ଚଳିତ ବର୍ଷ ପାଇଁ ବିଶ୍ୱ କର୍କଟ ଦିବସର ବିଷୟବସ୍ତୁ ବା ଥିମ୍ ରହିଛି "United by Unique" । ଏହାର ଅର୍ଥ ହେଉଛି, ପ୍ରତିଟି କର୍କଟ ରୋଗୀର ସଂଘର୍ଷ ଭିନ୍ନ ଓ ସ୍ୱତନ୍ତ୍ର, କିନ୍ତୁ ଏହି ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଆମେ ସମସ୍ତେ ଏକଜୁଟ ।

କର୍କଟ ବିରୁଦ୍ଧରେ ଲଢ଼େଇର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଓଡ଼ିଶାର ସ୍ୱାଗତିକା ଆଚାର୍ଯ୍ୟ । ମାତ୍ର ୧୯ ବର୍ଷ ବୟସରେ, ଯେତେବେଳେ ସେ ନିଜ କ୍ୟାରିୟର ଓ ସ୍ୱପ୍ନକୁ ନେଇ ଆଗକୁ ବଢ଼ୁଥିଲେ, ସେତେବେଳେ ତାଙ୍କୁ ଜଣାପଡ଼ିଲା ଯେ ସେ କର୍କଟ ରୋଗରେ ଆକ୍ରାନ୍ତ । ଅନେକ ଭାଙ୍ଗି ପଡ଼ିଥାନ୍ତେ, କିନ୍ତୁ ସ୍ୱାଗତିକା ନିଜକୁ 'ରୋଗୀ' ନୁହେଁ ବରଂ ଜଣେ 'ଯୋଦ୍ଧା' ଭାବେ ଗଢ଼ି ତୋଳିଲେ ।

ଅଧିକ ପଢ଼ନ୍ତୁ---ବାହାରିଲା ରେଲୱେ ଗ୍ରୁପ୍ ଡି ଚାକିରି : ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ , ଆଜି ହିଁ କରନ୍ତୁ ଆବେଦନ

ସେ କେବଳ କ୍ୟାନ୍ସରକୁ ହରାଇଲେ ନାହିଁ, ବରଂ ନିଜର ଆତ୍ମବିଶ୍ୱାସ ବଳରେ ଉତ୍ତରାଖଣ୍ଡର ପ୍ରାୟ ୧୨,୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ଼ ଚଢ଼ି ସମସ୍ତଙ୍କୁ ଚକିତ କରିଦେଲେ । ଆଜି ସେ ଜଣେ ସଫଳ ନୃତ୍ୟଶିଳ୍ପୀ ଏବଂ ହଜାର ହଜାର କର୍କଟ ରୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କ କହିବା କଥା ହେଲା— "କର୍କଟ ଶରୀରକୁ ପୀଡ଼ା ଦେଇପାରେ, କିନ୍ତୁ ମନୋବଳକୁ ଭାଙ୍ଗିପାରେ ନାହିଁ ।"

ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୫୦,୦୦୦ରୁ ଅଧିକ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ମୁଖ୍ୟତଃ ମୁଖ ଗହ୍ୱର, ସ୍ତନ ଏବଂ ଜରାୟୁ ମୁଖ କର୍କଟ ଅଧିକ ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଅନେକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟର କେଉଁ ଅଞ୍ଚଳରେ କେଉଁ ପ୍ରକାରର କର୍କଟ ବ୍ୟାପୁଛି, ତାହା ଜାଣିବା ପାଇଁ ସରକାର ଏକ ବଡ଼ ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି । କଟକର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ ସମେତ ଭୁବନେଶ୍ୱର ଏମ୍ସ ଏବଂ ୧୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁପର ସ୍ପେଶାଲିଟି ସୁବିଧା ଯୋଗାଇ ଦିଆଯାଉଛି । କର୍କଟ ରୋଗରୁ ରକ୍ଷା ପାଇବା ପାଇଁ କିଛି ଜରୁରୀ କଥା ମନେ ରଖିବା ଆବଶ୍ୟକ:

- ଶରୀରରେ କୌଣସି ଅସ୍ୱାଭାବିକ ଗୋଲା ବା ଫୁଲା, କ୍ଷତ ନ ଶୁଖିବା, କିମ୍ବା କ୍ରମାଗତ ଓଜନ କମିବାକୁ ଅଣଦେଖା କରନ୍ତୁ ନାହିଁ ।
- ତମାଖୁ, ବିଡ଼ି, ସିଗାରେଟ୍ ଏବଂ ମଦ୍ୟପାନରୁ ଦୂରେଇ ରୁହନ୍ତୁ ।
- ୪୦ ବର୍ଷ ପରେ ମହିଳାମାନେ ସ୍ତନ କର୍କଟ ଯାଞ୍ଚ ଏବଂ ସମସ୍ତେ ସମୟ ସମୟରେ ସ୍କ୍ରିନିଂ କରାଇବା ଜରୁରୀ ।
କର୍କଟର ଅର୍ଥ ଜୀବନର ଶେଷ ନୁହେଁ । ଯଦି ପ୍ରାଥମିକ ଅବସ୍ଥାରେ ଏହା ଜଣାପଡ଼େ, ତେବେ ଏହା ସମ୍ପୂର୍ଣ୍ଣ ଭଲ ହୋଇପାରିବ । ଆସନ୍ତୁ, ଏହି ବିଶ୍ୱ କର୍କଟ ଦିବସରେ ଆମେ ଶପଥ ନେବା— ଭୟ ନୁହେଁ, ସଚେତନତା ବାଣ୍ଟିବା ଏବଂ କର୍କଟ ମୁକ୍ତ ଏକ ସୁସ୍ଥ ଓଡ଼ିଶା ଗଢ଼ିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe