ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ସଙ୍ଗଠନ କର୍ମଶାଳା । ତୃଣମୂଳ ସ୍ତରରେ ଦଳକୁ ମଜବୁତ ଦିଗରେ କର୍ମଶାଳାରେ ଆଲୋଚନା

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ ସଙ୍ଗଠନ କର୍ମଶାଳା। ଦଳର ସଙ୍ଗଠନ ମଜଭୂତ ଦିଗରେ ଦିନ ତମାମ କର୍ମଶାଳାରେ ହେବ ଆଲୋଚନା। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେ ନେଇ ତିଆରି ହେବ ରୋଡ଼ ମ୍ୟାପ

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ ସଙ୍ଗଠନ କର୍ମଶାଳା। ଦଳର ସଙ୍ଗଠନ ମଜଭୂତ ଦିଗରେ ଦିନ ତମାମ କର୍ମଶାଳାରେ ହେବ ଆଲୋଚନା। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେ ନେଇ ତିଆରି ହେବ ରୋଡ଼ ମ୍ୟାପ

bjp odisha

କନକ ବ୍ୟୁରୋ: ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ହେବ ସଙ୍ଗଠନ କର୍ମଶାଳା। ଦଳର ସଙ୍ଗଠନ ମଜଭୂତ ଦିଗରେ ଦିନ ତମାମ କର୍ମଶାଳାରେ ହେବ ଆଲୋଚନା। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେ ନେଇ ତିଆରି ହେବ ରୋଡ଼ ମ୍ୟାପ। ବୈଠକରେ ଦଳର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକ, ସମସ୍ତ ମୋର୍ଚ୍ଚାର ମୁଖ୍ୟଙ୍କ ସମେତ ରାଜ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିବେ । ଏହା ସହ ଜିଲ୍ଲା ସ୍ତର ପଦାଧିକାରୀ ମାନେ କର୍ମଶାଳାରେ ଯୋଗଦେବେ।

ଅନ୍ୟପଟେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଗୋଟିଏ ପରେ ଗୋଟିଏ ସ୍ବପ୍ନ ପୂରଣ ହେଉଛି। ମୋଦୀ ଯାହା ଗ୍ୟାରେଣ୍ଟି ଦିଏ, ତାହା ପୂରଣ ହୁଏ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ସାଧାରଣ ସଭାକୁ ସମ୍ବୋଧନ କରି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା କେବଳ ଭାରତରେ ନୁହଁ ବିଶ୍ବ ନକ୍ସାରେ ଚମକିବ। ଡବଲ ଇଞ୍ଜିନ୍ ସରକାରରେ ବିକାଶ ନୂଆ ଗତି ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କଠିନରୁ କଠିନ ପରିଶ୍ରମ କରିବୁ, ଟିକିଏ ବି ଉଣା ରଖିବୁନି ବୋଲି ନିଜ ଉଦବୋଧନରେ କହିଛନ୍ତି ନରେନ୍ଦ୍ର ମୋଦୀ।

ଓଡ଼ିଶା ପାଇଁ ମୋଦୀଙ୍କ ସ୍ବପ୍ନ

  • ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ଆୟୋଜନ
  • ପୁରୀରେ ସାମର୍ଥ୍ୟ ଦେଖାଇବ ଭାରତୀୟ ନୌସେନା
  • ଡିସେମ୍ବର ୪ରେ ପୁରୀରେ ପାଳିତ ହେବ ନୌସେନା ଦିବସ
  • ଜାନୁଆରୀ ମାସରେ ହେବ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ
  • ଜାନୁଆରୀ ୮ରୁ ୧୦ ଭୁବନେଶ୍ବରରେ ପାଳିତ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ
  • ଜି-୨୦ ସମ୍ମିଳନୀଠାରୁ ବଡ଼ ଓ ଭବ୍ୟ ଆୟୋଜନ କରାଯିବ
  • ଓଡ଼ିଶାର ଭରପୂର ପ୍ରଚାର ଓ ପ୍ରାସର କରାଯିବ
  • ଓଡ଼ିଶାକୁ ବିଶ୍ବ ନକ୍ସାରେ ପ୍ରାଥମିକତା ଦିଆଯିବ
  • ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ ବିକାଶର ନୂଆ ଗତି ପାଇଛି
  • ଓଡ଼ିଶା ପାଇଁ ଅନୁଦାନ ତିନି ଗୁଣା ବଢିବ
  • ଓଡ଼ିଶାର ଭିତ୍ତିଭୂମି ସୁଦୃଢ ହେବ
  • ନୂଆ ଉଦ୍ୟାଗ ଆସିବ, ରୋଜଗାର ମିଳିବ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe