ଜଳବନ୍ଦୀ ସମସ୍ୟା ଦୂର କରିବାକୁ ନିର୍ଦ୍ଦେଶ । ଅକ୍ଟୋବର ୫ ସୁଦ୍ଧା ସରିବ ସବୁ ରାସ୍ତା କାମ ।

Advertisment

ଅକ୍ଟୋବର ୫ ସୁଦ୍ଧା ଟ୍ୱିନ ସିଟି ସମେତ ରାଜ୍ୟର ସବୁ ରାସ୍ତା କାମ ସରିବ । ସୂଚନା ଦେଲେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଅକ୍ଟୋବର ୫ ସୁଦ୍ଧା ଟ୍ୱିନ ସିଟି ସମେତ ରାଜ୍ୟର ସବୁ ରାସ୍ତା କାମ ସରିବ । ସୂଚନା ଦେଲେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

8ଂ

କନକ ବ୍ୟୁରୋ: ଅକ୍ଟୋବର ୫ ତାରିଖ ସୁଦ୍ଧା ଦ୍ୱୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାର୍ଯ୍ୟ । ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଆଜି ଦ୍ୱୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହାସହିତ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ।

ସେହିପରି ମନ୍ତ୍ରୀ କହିଛନ୍ତି, ପୂର୍ବରୁ କେବେ ଭୁବନେଶ୍ଵର କଟକ ରାସ୍ତା ମରାମତି ନେଇ ସମନ୍ଵୟ ବୈଠକ ବସିନଥିଲା । ଆମ ସରକାର ଆସିବା ପରେ ଆଜି ପ୍ରଥମ ଥର ସମନ୍ଵୟ ବୈଠକ ବସିଛି । କଟକ ଭୁବନେଶ୍ଵରରେ ଟ୍ରାଫିକ ସମସ୍ୟା ଦୂର ଲାଗି ନୂଆ ରାସ୍ତା ତିଆରି ଉପରେ ଆଲୋଚନା ହେବ । ଅନ୍ୟପଟେ କଟକ ମେୟର ସୁବାସ ସିଂ କହିଛନ୍ତି, ଆଲୋଚନା ଫଳଫ୍ରଦ ହୋଇଛି । ପୂଜା ପୂର୍ବରୁ ରାସ୍ତା ମରାମତି କାମ ସୁରୁଖୁରୁରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe