କନକ ବ୍ୟୁରୋ : ଦିଲ୍ଲୀରେ ବାଜିସାରିଛି ନିର୍ବାଚନୀ ବିଗୁଲ । ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଭିନ୍ନ ଦଳର ହାଇପ୍ରୋଫାଇଲ ନେତା । ଏହା ଭିତରେ ଆମ ଆଦମୀ ପାର୍ଟିର ମୁଖ୍ୟ ତା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିଶାଳ ରୋଡ ଶୋ କରିଛନ୍ତି । ତେବେ ବୁଧବାର ସକାଳୁ ମନ୍ଦିରରେ ପହଁଚି ଆର୍ଶୀବାଦ ଭିକ୍ଷା କରିବା ସହ ଦଳୀୟକର୍ମୀଙ୍କ ସହ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ନୂଆ ଦିଲ୍ଲୀ ଆସନରୁ ଏଥରକ ଲଢ଼ୁଛନ୍ତି କେଜ୍ରିୱାଲ । ଦିଲ୍ଲୀ ରାଜନୀତି ଇତିହାସ କୁହେ । ଦୀର୍ଘ ବର୍ଷ ଧରି ଦିଲ୍ଲୀକୁ କବା କରି ରଖିଥିଲା କଂଗ୍ରେସ । କିନ୍ତୁ ୨୭ ହେବ ଦୂରରେ ରହିଛି ବିଜେପି । ଏହା ଭିତରେ କ୍ରମାଗତ ୩ଥର ହେବ ଏଠାରେ ଶାସନ କ୍ଷମତା ବଜାର ରଖିବାରେ ସଫଳ ହେଉଛି ଆମ ଆଦମୀ ପାର୍ଟି । ଯଦି ନଜର ପକାଇବା ନୂଆଦିଲ୍ଲୀ ଆସନ ଉପରେ । 

Advertisment

ନୂଆଦିଲ୍ଲୀ ଆସନରେ କଡ଼ା ଟକ୍କର
କଂଗ୍ରେସରୁ ସନ୍ଦିପ ଦିକ୍ଷିତ, ଆପରୁ  ଅରବିନ୍ଦ କେଜ୍ରିୱାଲଓ ବିଜେପିରୁ ପ୍ରଭେଶ ବର୍ମାଙ୍କ ମଧ୍ୟରେ ଲଢ଼େଇ । ଦିବଂଗତ କଂଗ୍ରେସ ନେତ୍ରୀ ସିଲା ଦିକ୍ଷିତଙ୍କ ମଧ୍ୟ ୩ଥର ନୂଆଦିଲ୍ଲୀ ବିଧାନସଭା ଆସନରୁ ଜିତିଥିଲେ । ପରେ ୧୫ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦକୁ ଅକ୍ତିଆର କରିଥିଲେ ପ୍ରଥମଥର କେଜ୍ରିୱାଲ ଏହି ଆସନରୁ ଲଢ଼ି ୨୫ହଜାର ଅଧିକ ଭୋଟରେ ସିଲା ଦିକ୍ଷିତଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରଠୁ କେଜ୍ରିୱାଲ ଲଗାତାର ଜିତିଆସୁଛନ୍ତି । ଏବେ ଏହି ହାଇପ୍ରୋଫାଇଲ ଆସନର ସିଲାଙ୍କ ପୁଅ ତଥା କଂଗ୍ରେସର ସନ୍ଦିପ ଦିକ୍ଷିତଙ୍କୁ ଦଳ ଟିକେଟ ଦେଇଛି । ଅନ୍ୟପଟେ ପ୍ରଭେଶ ବର୍ମା ପାଇଁ ମଧ୍ୟ ନୂଆ ଦିଲ୍ଲୀ ଆସନ ବେଶ ଚ୍ୟାଲେଜିଂ ହେବ । ଆମ ଆଦମୀ ପାର୍ଟି ସମସ୍ତ ୭୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଓ କଂଗ୍ରେସ ଏବଂ ଆପ ପର୍ୟ୍ୟାୟକ୍ରମେ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛନ୍ତି ।